ଗାୟିକା ଜହ୍ନ

ପୂରା ନାମ ମିନତି ଖିଲାର। ହେଲେ ବାପା ମା’ ତାଙ୍କୁ ଶ୍ରଦ୍ଧାରେ ଡାକୁଥିଲେ ଜହ୍ନ। ଆଉ ସେହି ଜହ୍ନ ନଁାଟି ହିଁ ତାଙ୍କୁ ଓଡ଼ିଆ ଯାତ୍ରା ଜଗତରେ ପରିଚିତି ଆଣିଦେଲା। ଏବେ ମିନତି ବୋଲି କହିଲେ ହୁଏତ କେହି ଜାଣି ନ ପାରନ୍ତି। ମାତ୍ର ଜହ୍ନ ବୋଲି କହିଲେ ଯାତ୍ରାକୁ ଭଲ ପାଉଥିବା ଲୋକମାନଙ୍କ ଆଖିରେ ନାଚିଯିବ ନାଚିନାଚି ଗୀତ ଗାଉଥିବା ଜଣେ ସୁରିଲା ଗାୟିକାଙ୍କ ଚେହେରା। ସମ୍ପ୍ରତି ଯାତ୍ରାଶ୍ରୀ ବିଶ୍ୱ ଦରବାରରେ ଜଣେ ଗାୟିକା ଭାବରେ କାର୍ଯ୍ୟ କରୁଛନ୍ତି ଜହ୍ନ। ଘର ବାଲେଶ୍ୱର ଜିଲାର ଖନ୍ତାପଡ଼ା ନିକଟସ୍ଥ ପଣପଣା ଗ୍ରାମ। ୨୦୦୮ ମସିହାରେ ପ୍ରଥମେ ଆସିଲେ ଯାତ୍ରାକୁ। ସୋର ପାଖ ଅଭଣା ବିଷ୍ଣୁପୁରଠାରେ ‘ଜହ୍ନମାମୁ ଅପେରା’ ବୋଲି ଏକ ଯାତ୍ରା ଅନୁଷ୍ଠାନ ଥିଲା। ସେ ସେଇଠି ଯୋଗଦେଇ ନିଜ ଯାତ୍ରା ଜୀବନ ଆରମ୍ଭ କରିଥିଲେ। ସେମାନେ ଥିଲେ ପାଞ୍ଚଭଉଣୀ ଓ ଗୋଟିଏ ଭାଇ। ତାଙ୍କର ନମ୍ବର ଥିଲା ତୃତୀୟ। ଘରର ଅଭାବ ହିଁ ତାଙ୍କୁ ଯାତ୍ରା ପାର୍ଟିକୁ ଟାଣି ଆଣିଥିଲା। ଈଶ୍ୱର ତାଙ୍କୁ ଏକ ସୁରିଲା କଣ୍ଠ ଦେଇଥିଲେ। ସେଥିଲାଗି ସଂଗୀତରେ ତାଲିମ୍‌ ନ ନେଇ ବି ପିଲାଟି ବେଳୁ ଭାରି ଭଲ ଗୀତ ଗାଉଥିଲେ ସେ। ତାଙ୍କ ଘରେ ଖରାଖାଇ ମଙ୍ଗଳା ଠାକୁରାଣୀ ପୂଜା ପାଉଥିଲେ। ତାଙ୍କରି ପାଖରେ ସେ ସବୁବେଳେ ଗୀତ ବୋଲୁଥିଲେ। କୁହାଯାଏ, ଦେବୀ ବା ଦେବତାଙ୍କ ପାଖରେ କରାଯାଉଥିବା କୌଣସି କାର୍ଯ୍ୟ ବିଫଳ ଯାଏନା। ସମ୍ଭବତଃ ଦେବୀ ଖରାଖାଇ ମଙ୍ଗଳା ତାଙ୍କ ମନ କଥା ଜାଣିଲେ। ସେଥିଲାଗି ତାଙ୍କରି କୃପାରୁ ଜହ୍ନଙ୍କୁ ଏକ ଯାତ୍ରାପାର୍ଟି ମିଳିଗଲା। ଆଉ ମା’ଙ୍କ କରୁଣାରୁ ଗୀତରେ ବିଧିବଦ୍ଧ ତାଲିମ୍‌ ନେଇ ନ ଥିଲେ ମଧ୍ୟ ଯାତ୍ରା ପାର୍ଟିରେ ଗୀତ ଗାଇବାରେ କୌଣସି ଅସୁବିଧା ହୋଇ ନ ଥିଲା। ଜହ୍ନ ଯେ କେବଳ ଗୀତ ଗାଆନ୍ତି ସେକଥା ନୁହେଁ; ଗୀତ ଗାଉ ଗାଉ ଧୂମ୍‌ ଡ୍ୟାନ୍ସ ମଧ୍ୟ କରନ୍ତି। ଏ ବାବଦରେ ସେ କହନ୍ତି – ବୋଧହୁଏ ଗୀତ ଭଳି ନାଚ ମୋ ଭିତରେ ଥିଲା। ତେଣୁ ମୁଁ ମଞ୍ଚ ଉପରେ ଠିଆ ହୋଇ ଗୀତ ଗାଇ ପାରେନି। ଗୀତ ଗାଇବା ମାତ୍ରେ ମୋ ଗୋଡ଼ ଉଠିଯାଏ। ମୁଁ ନାଚି ପକାଏ। ଆଉ ଏହାକୁ ବି ଦର୍ଶକଦେବତା ଗ୍ରହଣ କରିନେଇଛନ୍ତି। ତେଣୁ ମୁଁ ମଞ୍ଚକୁ ଆସିବା ମାତ୍ରେ ସେମାନେ ଜାଣି ଯାଆନ୍ତି ଯେ, ଖାଲି ଗୀତ ହବନି। ଗୀତ ସହିତ ନାଚ ବି ହେବ। ହିନ୍ଦୀ, ଓଡ଼ିଆ ସାଙ୍ଗକୁ ସମ୍ବଲପୁରୀ ଗୀତ ଗାଇବାକୁ ଭଲ ପାଆନ୍ତି ସେ। ତେବେ ଓଡ଼ିଆ ଗୀତ ତାଙ୍କର ବେଶି ପସନ୍ଦ। ନମିତା ଅଗ୍ରଓ୍ବାଲ, ଅସୀମା ପଣ୍ଡା ଏବଂ ଦୀପ୍ତିରେଖାଙ୍କ ଗୀତକୁ ସେ ବେଶି ଗାଇବାକୁ ଭଲପାଆନ୍ତି। ଇତିମଧ୍ୟରେ ସେ ପାର୍ବତୀ ଗଣନାଟ୍ୟ, ବାଣେଶ୍ୱରୀ ଗଣନାଟ୍ୟ, ଗୌରୀ ଗଣନାଟ୍ୟ, ବାଘାଯତୀନ ଲୋକନାଟ୍ୟ, ରାଜଧାନୀ ଅପେରା ଆଦିରେ କଣ୍ଠଦାନ କରି ଏବେ ଆସି ପହଞ୍ଚତ୍ଛନ୍ତି ଯାତ୍ରାଶ୍ରୀ ବିଶ୍ୱଦରବାରରେ। ଚଳିତ ବର୍ଷର ନାଟକ ‘ଆକାଶ କଇଁଆ ଚିଲିକା ମାଛ’ର ରୋମାଣ୍ଟିକ୍‌ ଡୁଏଟ୍‌ ‘ଏ ମନର ମନ୍ଦିରରେ ତମେ ମୋ ଈଶ୍ୱର’ ଗୀତଟି ଖୁବ୍‌ ହିଟ୍‌ ହୋଇଛି। ଏହି ଗୀତର ସ୍ବରକାର ହେଉଛନ୍ତି ତାପସ ଦାସ (ଟିଟନ୍‌)। ସେ କଣ୍ଠଦାନ କରିଥିବା ଅନ୍ୟ ନାଟକଗୁଡ଼ିକ ମଧ୍ୟରେ ରହିଛି ଭଲ ପାଇବାକୁ ଭୟ ଲାଗୁଛି, ବର୍ଷା ରାତିର ସାଥୀ, ତମ କଥା ଭାରି ମନେ ପଡୁଛି, ମନେ ରଖିଛ ନା ଭୁଲି ଯାଇଛ, ଦୁନିଆ କହିବ କିଏ ମୋ ସ୍ବାମୀ, ବେଶ୍ୟା ପାଳୁଛି ସାବିତ୍ରୀ ବ୍ରତ, ଦି’ଘଣ୍ଟାର ବୋହୂ ଦି’ପଟ ଶଙ୍ଖା ଏବଂ ଆହୁରି ଅନେକ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକାଙ୍କ ସହ ଗୋଆ ସମୁଦ୍ରରେ ପହଁରୁଥିବା ବେଳେ ବୁଡ଼ିଗଲେ ୟୁଟ୍ୟୁବର ରଣବୀର, ଚେତା ହରାଇବା ପୂର୍ବରୁ…

ନୂଆଦିଲ୍ଲୀ: ବିଅରବାଇସେପ୍‌ ନାମରେ ଖ୍ୟାତ ୟୁଟ୍ୟୁବର୍‌ ରଣବୀର ଆହ୍ଲାବାଦିଆ ଗୋଆ ସମୁଦ୍ରରେ ବୁଡ଼ୁ ବୁଡ଼ୁ ବର୍ତ୍ତୀ ଯାଇଛନ୍ତି। ତାଙ୍କୁ ଜଣେ ଆଇପିଏସ୍‌ ଅଧିକାରୀ ଏବଂ ତାଙ୍କ...

ଅଲ୍ଲୁ ଅର୍ଜୁନଙ୍କ ରାଜନୈତିକ ଲିଙ୍କ୍‌ ବଢାଉଛି କି ଟେନଶନ, ଜାଣନ୍ତୁ ତାଙ୍କ ପରିବାରରେ କିଏ କିଏ

ନୂଆଦିଲ୍ଲୀ,୨୬।୧୨: ଅଲ୍ଲୁ ଅର୍ଜୁନଙ୍କ ଗିରଫ, ପରେ ଜାମିନକୁ ନେଇ ପୁରା ଇଣ୍ଡଷ୍ଟ୍ରି ସମେତ ତେଲଙ୍ଗାନା ରାଜନୀତି ବି ସରଗରମ ରହିଛି। ଏହି ସମୟରେ ପୋଲିସ ମଧ୍ୟ...

ବରୁଣଙ୍କୁ ପ୍ରପୋଜ କରିଥିଲେ ଶ୍ରଦ୍ଧା, ମନା କରିବା ଯୋଗୁ ଖାଇଥିଲେ ମାଡ଼

ମୁମ୍ବାଇ: ବଲିଉଡ ସୁପରଷ୍ଟାର ବରୁଣ ଧାଓ୍ବନଙ୍କୁ ପ୍ରପୋଜ କରିଥଲେ ଅଭିନେତ୍ରୀ ଶ୍ରଦ୍ଧା କପୁର। ହେଲେ ମନା କରିଦେଇଥିଲେ ଅଭିନେତା। ଏହାପରେ ଶ୍ରଦ୍ଧା ନେଇଥିଲେ ପ୍ରତିଶୋଧ। ଜଣେ...

ମୃତ ମହିଳାଙ୍କ ପରିବାରକୁ ୨ କୋଟି ଟଙ୍କା ଦେବେ ଅଲ୍ଲୁ ଅର୍ଜୁନ

ହାଇଦ୍ରାବାଦ:ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ବଡ଼ ଘୋଷଣା। ହାଇଦ୍ରାବାଦ ସନ୍ଧ୍ୟା ଥିଏଟରରେ ହୋଇଥିବା ଦଳାଚକଟା ଘଟଣାରେ ପ୍ରାଣ ହରାଇଥିବା ମହିଳାଙ୍କ ପରିବାରକୁ ୨ କୋଟି ଟଙ୍କାର ଆର୍ଥିକ...

ଅଲ୍ଲୁ ଅର୍ଜୁନ ପହଞ୍ଚିବା ପୂର୍ବରୁ ହିଁ ଭିଡ ହୋଇଥିଲା ଅସମ୍ଭାଳ, ଭାଙ୍ଗି ଯାଇଥିଲା ଗେଟ୍‌, ଆସିଲା ସିସିଟିଭି ଫୁଟେଜ

ଚେନ୍ନାଇ,୨୫।୧୨: ଡିସେମ୍ବର ୪ରେ ହାଇଦ୍ରାବାଦର ସାା ଥିଏଟରରେ ଘଟିଥିବା ଷ୍ଟାମ୍ପଡେଡର ଏକ ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି। ଏହି ୧୪ସେକେଣ୍ଡର ଭିଡିଓରେ କୌଣସି ଶବ୍ଦ ବା...

ସ୍ପଟ୍‌ ବଏରୁ ସଫଳ ଅଭିନେତା

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅନିଲ କପୁର ମଙ୍ଗଳବାର ତାଙ୍କର ୬୮ତମ ଜନ୍ମଦିନ ପାଳନ କରିଛନ୍ତି। ଦୀର୍ଘ ୫ ଦଶନ୍ଧି ଧରି ବଲିଉଡ୍‌କୁ ଅନେକ ହିଟ୍‌ ଚଳଚ୍ଚିତ୍ର...

ଦଳାଚକଟା ମାମଲାରେ ଅଲ୍ଲୁ ଅର୍ଜୁନଙ୍କୁ ପୋଲିସ୍‌ର ୩ ଘଣ୍ଟା ଜେରା

ହାଇଦ୍ରାବାଦ,୨୫ା୧୨(ପି.ଟି.): ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ଗତ ୪ ତାରିଖରେ ‘ପୁଷ୍ପା-୨’ ସିନେମାର ପ୍ରିମିୟର ବେଳେ ଦଳାଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିବା ସହ ତାଙ୍କର ୮ ବର୍ଷର...

ସମନ ପରେ ଥାନାରେ ପହଞ୍ଚିଲେ ଅଲ୍ଲୁ ଅର୍ଜୁନ

ହାଇଦ୍ରାବାଦ,୨୪।୧୨: ଥିଏଟରରେ ଦଳାଚକଟା ମାମଲାରେ ସୋମବାର ହାଇଦ୍ରାବାଦ ପୋଲିସ ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ଏକ ନୂଆ ସମନ ପଠାଇଛି। ଯେଉଁଥିରେ ତାଙ୍କୁ ମଙ୍ଗଳବାର ପୂର୍ବାହ୍ନ ୧୧ଟାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri