Advertisement
Categories: ଫୁରସତ

ଗିନିଜ୍‌ ବିଲେଇ ନିଖୋଜ

ବିଲେଇ ନିଖୋଜ ହେବା କିଛି ବଡ଼ କଥା ନୁହେଁ। ହୁଏତ କେଉଁଆଡ଼େ ଚାଲିଯାଇ ଥାଇପାରେ। ନ ହେଲେ ମରିଯାଇ ଥାଇପାରେ। ମାତ୍ର ଏ ବିଲେଇ ସାଧାରଣ ବିଲେଇ ନୁହେଁ। ଗିନିଜ୍‌ ଓ୍ବର୍ଲଡ ରେକର୍ଡ କରିଥିବା ବିଲେଇ। ଗୋଟିଏ ନୁହେଁ; ଦୁଇଟି ବିଲେଇ ନିଖୋଜ୍‌। ୨୦୧୭ରୁ ଦୁଇଟି ବିଲେଇ ନିଖୋଜ ଅଛନ୍ତି ଯେ ସେମାନଙ୍କର କୌଣସି ପତ୍ତା ମିଳୁନାହିଁ। ମାତ୍ର ସେହି ଦୁଇ ବିଲେଇଙ୍କୁ ନେଇ ଏବେ ସୁଦ୍ଧା ଖବର ପ୍ରଚାର ଚାଲିଛି। ବିଲେଇ ଦୁଇଟି ସେମାନଙ୍କ ଲାଞ୍ଜ ନିମନ୍ତେ ଗିନିଜ ଓ୍ବାର୍ଲଡ ରେକର୍ଡ଼ କରିଥିଲେ। ଗୋଟିଏ ବିଲେଇର ଲାଞ୍ଜର ଲମ୍ବ ୧୯ ଇଞ୍ଚ ହୋଇଥିବା ବେଳେ ଅନ୍ୟ ବିଲେଇଟିର ଲାଞ୍ଜର ଲମ୍ବ ଥିଲା ୧୭ ଇଞ୍ଚ। ୧୯ ଇଞ୍ଚ ଲମ୍ବ ବିଶିଷ୍ଟ ବିଲେଇର ନାମ ଆର୍କଚରସ୍‌। ସେହିଭଳି ୧୭ ଇଞ୍ଚ ଲମ୍ବ ବିଶିଷ୍ଟ ବିଲେଇର ନାମ କାଇଗ୍‌ନସ୍‌। ଏମାନଙ୍କର ମାଲିକ ହେଉଛନ୍ତି ଓ୍ବିଲି ପାଓ୍ବାର ଏବଂ ଲରେନ୍‌ ପାଓ୍ବାର। ସେମାନେ କହିଛନ୍ତି ଯେ, ଗୋଟିଏ ଅଗ୍ନିକାଣ୍ଡ ଘଟଣା ପରେ ବିଲେଇ ଦୁଇଟି କେଉଁଠି ନିଖୋଜ୍‌ ହୋଇଯାଇଛନ୍ତି। ନିଅଁାରେ ସେମାନେ ପୋଡ଼ି ମରିନାହାନ୍ତି। କାରଣ ବିଲେଇ ଦୁଇଟିର ଅବଶେଷ ମିଳିନାହିଁ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share