ଗିନିଜ୍‌ ବୁକ୍‌ରେ ବିଶ୍ୱର ସବୁଠାରୁ ଲମ୍ବା କେକ୍‌

ତ୍ରିଶୂର୍‌(କେରଳ): ରେକର୍ଡ ପାଇଁ ଲୋକେ ସବୁବେଳେ କିଛି ନିଆରା ଚିନ୍ତା କରିଥାନ୍ତି। ଭାରତ ନାମରେ ଏପରି ଅନେକ ରେକର୍ଡ ସମ୍ମାନଜନକ ଗିନିଜ୍‌ ବୁକ୍‌ରେ ସ୍ଥାନ ପାଇଛି। ନିକଟରେ କେରଳର ତ୍ରିଶୂର୍‌ ରାମନିଳୟମ୍‌ ରୋଡ୍‌ଠାରେ ବେକର୍ସ ଆସୋସିଏଶନ୍‌ କେରଳ ପକ୍ଷରୁ ରାଜ୍ୟର ୧୦୦୦ରୁ ଊର୍ଦ୍ଧ୍ୱ ସେଫ୍‌ ଏବଂ ବେକର୍‌ ବିଶ୍ୱର ସବୁଠାରୁ ଲମ୍ବା କେକ୍‌ ପ୍ରସ୍ତୁତ କରି ନୂତନ ରେକର୍ଡ କରିଛନ୍ତି। ନାଇଟ୍‌ ଶପିଂ ଫେଷ୍ଟିଭାଲ୍‌ ଅବସରରେ ଏହି କେକ୍‌ ପ୍ରସ୍ତୁତ ହୋଇଥିଲା। ୨୭ହଜାର କେଜି ଓଜନର ଏହି କେକ୍‌ ୧୦ ସେଣ୍ଟିମିଟର୍‌(୪ଇଞ୍ଚ)ଚଉଡ଼ା ଏବଂ ପ୍ରାୟ ୬.୫ କି.ମି. ଲମ୍ବା ହୋଇଥିବା କେକ୍‌ ପ୍ରସ୍ତୁତ କରିଥିବା ଆସୋସିଏଶନ୍‌ ପକ୍ଷରୁ କୁହାଯାଇଛି। ଏହି କେକ୍‌ ପ୍ରସ୍ତୁତ ପାଇଁ ୧୨ହଜାର କେଜି ଅଟା ଏବଂ ଚିନି ବ୍ୟବହାର ହୋଇଥିବା ଜଣାପଡ଼ିଛି। ଏଥିପୂର୍ବରୁ ଚାଇନାର ବେକର୍‌ମାନେ ୩.୨ କି.ମି. ଲମ୍ବା କେକ୍‌ ପ୍ରସ୍ତୁତ କରି ଏହି ରେକର୍ଡର ଅଧିକାରୀ ହୋଇଥିବାବେଳେ କେରଳର ଏହି ସେଫ୍‌ ଓ ବେକରମାନେ ଉକ୍ତ ରେକର୍ଡକୁ ଭଙ୍ଗ କରିଛନ୍ତି।

Share