Categories: ଜାତୀୟ

ଗିନିଜ ଓ୍ବାର୍ଲଡ ରେକର୍ଡରେ ସ୍ଥାନ ପାଇବାକୁ ଏକକାଳୀନ ହଜାରେ ଲୋକ କେଶ ରଙ୍ଗ କଲେ

ଚେନ୍ନାଇ,୧୬।୮: ସ୍ବାଧୀନତା ଦିବସ ଅବସରରେ ଚେନ୍ନାଇର ଚେମ୍ବାରମବାକମ ଅଞ୍ଚଳରେ ଥିବା ଏକ ଷ୍ଟାଡିୟମରେ ୧ହଜାର ଲୋକ ଏକାଠି ହୋଇଥିଲେ। ଏମାନଙ୍କର ଉଦ୍ଦେଶ୍ୟ ଥିଲା ଗିନିଜ ଓ୍ବାର୍ଲଡ ରେକର୍ଡରେ ସ୍ଥାନ ପାଇବା। ଏଥିପାଇଁ ଏମାନେ ଏକାକାଳୀନ ନିଜ ନିଜର କେଶ ରଙ୍ଗ କରିଥିଲେ। ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଏମାନେ କେଶ ରଙ୍ଗ କରିଥିଲେ। କାଉଣ୍ଟ ଡାଉନ୍‌ ଆରମ୍ଭ ହେବା କ୍ଷଣି ସମସ୍ତେ କାମରେ ଲାଗି ପଡିଥିଲେ। ଏହି କାର୍ଯ୍ୟକ୍ରମକୁ ବଲିଉଡ୍‌ ନାୟିକା କରିସ୍ମା କପୁର ସମ୍ପାଦନା କରିଥିବା ବେଳେ ଗିନିଜ ଓ୍ବାର୍ଲଡ ରେକର୍ଡରେ ସ୍ଥାନ ପାଇବାକୁ ଏମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ।

Share