ଗିନ୍ନିଙ୍କ ସହ ସେଲ୍‌ଫି ଶେୟାର କରି ଜନ୍ମଦିନର ଶୁଭେଚ୍ଛା ଜଣାଇଲେ କପିଲ

ବମ୍ବେ: ଲୋକପ୍ରିୟ କମେଡିଆନ୍‌ କପିଲ ଶର୍ମାଙ୍କ ସ୍ତ୍ରୀ ଗିନ୍ନି ଗତରଥଙ୍କ ମଙ୍ଗଳବାର ଜନ୍ମଦିନ। ଏହି ଅବସରରେ କପିଲ ଉଭୟଙ୍କର ଏକ ସେଲ୍‌ଫି ଶେୟାର କରି ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।

ନିଜର ଇନ୍‌ଷ୍ଟାଗ୍ରାମରେ କପିଲ ଫଟୋ ଶେୟାର କରି ଗିନ୍ନିଙ୍କ ପାଇଁ ଖାସ ବାର୍ତ୍ତା ଦେଇଛନ୍ତି। ସେ ଲେଖିଛନ୍ତି, ମୋର ସବୁଠାରୁ ଭଲ ସାଙ୍ଗ ଗିନ୍ନିଙ୍କୁ ହାପି ବର୍ଥ ଡେ। ଖୁବ୍‌ଶୀଘ୍ର ତୁମେ ମୋ ସନ୍ତାନର ମା’ ହେବାକୁ ଯାଉଛ। ସେଥିପାଇଁ ତୁମକୁ ଭଲପାଇବା ଏବଂ ଆଶୀର୍ବାଦ। ସବୁକିଛି ପାଇଁ ତୁମକୁ ଧନ୍ୟବାଦ।

ଯାହା ଶୁଣିବାକୁ ମିଳୁଛି, କପିଲ ଡିସେମ୍ବରରେ ବାପା ହେବାର ଖୁସି ଖବର ଶୁଣାଇପାରନ୍ତି। ନିକଟରେ ଗିନ୍ନିଙ୍କ ସହ କପିଲ ବେବିମୁନ୍‌ କରିବା ଲାଗି କାନାଡ଼ା ଯାଇଥିଲେ।

Share