ଗିରଫ ବିସ୍ଥାପିତଙ୍କୁ ବିନା ସର୍ତ୍ତରେ ଖଲାସ କରାଯାଉ

ବ୍ରହ୍ମପୁର ଅଫିସ,୧ା୮-ଟାଟା କମ୍ପାନୀ ଅଭିଯୋଗରେ ପୋଲିସ ଗିରଫ କରି ବିଚାର ବିଭାଗ ହାଜତକୁ ପଠାଇଥିବା ବିସ୍ଥାପିତ ପରିବାରର ୭୮ ଜଣଙ୍କୁ ଅବିଳମ୍ବେ ବିନା ସର୍ତ୍ତରେ ଖଲାସ କରିବାକୁ ଗଞ୍ଜାମ ଜିଲା ଭାଜପା ଦାବି କରିଛି। ନଚେତ୍‌ ଏହାର ପ୍ରତିବାଦରେ ଆନ୍ଦୋଳନ ଚେତାବନୀ ଦିଆଯାଇଛି।
ବୁଧବାର ଜିଲା ସଭାପତି କାହ୍ନୁ ଚରଣ ପତି କହିଛନ୍ତି, ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ନଁାରେ ଟାଟା କମ୍ପାନୀ ଛତ୍ରପୁର ଓ ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ସାଢ଼େ ୩ ହଜାର ଏକର ଜମି କମ୍‌ ମୂଲ୍ୟରେ ଅଧିଗ୍ରହଣ କରିଛି ।
ସେତେବେଳେ ରାଜ୍ୟର ତତ୍କାଳୀନ କଂଗ୍ରେସ ସରକାର କମ୍ପାନୀକୁ ସମସ୍ତ ଅନୁକମ୍ପା ଦେଇଥିଲା। ଘରୋଇ ଜମି ନ ଛାଡ଼ିବା ପାଇଁ ଆନ୍ଦୋଳନ ଚଳାଇଥିବା ମାଲିକମାନଙ୍କୁ ଭୟଭୀତ କରି ଜବରଦସ୍ତ ନିଆଯାଇଥିଲା। ୧୯୯୬ରୁ ଜମି ଦଖଲ ପ୍ରକ୍ରିୟା ଆରମ୍ଭ କରିବାର ଏବେ ୨୩ ବର୍ଷ ବିତିିଛି। ତେବେ ଇସ୍ପାତ କାରଖାନା ପ୍ରତିଷ୍ଠା କରା ନ ଯାଇ ଅଧିକୃତ ଜମି ପଡ଼ିଆ ରଖାଯାଇଛି ।
ଭାଜପା ଜିଲା ସଭାପତି ଆହୁରି କହିଛନ୍ତି, ଜମି ଦଖଲ ପାଇଁ ପୋଲିସ ଓ ପ୍ରଶାସନିକ କଳର ସହାୟତାରେ ଶହ ଶହ ପରିବାରକୁ ବିସ୍ଥାପିତ କରାଯାଇଥିଲା। ସେହି ପରିବାର ପିଲାଙ୍କୁ ଚାକିରି ଦିଆଯିବାର ପ୍ରତିଶ୍ରୁତି ଦିଆଯାଇଥିଲା। ତେବେ କମ୍ପାନୀ ଦେଇଥିବା ପ୍ରତିଶ୍ରୁତି ପାଳନ କରିନାହିଁ ା କେନ୍ଦ୍ର ସରକାରଙ୍କ ନିୟମ ପ୍ରକାରେ ଜମି ଦଖଲର ୧୦ ବର୍ଷକ ମଧ୍ୟରେ ଶିଳ୍ପ ପ୍ରତିଷ୍ଠା ନ କଲେ ବିସ୍ଥାପିତଙ୍କୁ ସେହି ଜମି ଫେରସ୍ତ କରୁନାହିଁ।
ସୂଚନାଯୋଗ୍ୟ, ଛତ୍ରପୁର ଓ ଗୋପାଳପୁର ଅଞ୍ଚଳର ଶହ ଶହ ଏକର ଜମିରେ ହୋଇଥିବା କିଆଫୁଲ ଚାଷ ଟାଟା କମ୍ପାନୀ ଦ୍ୱାରା ନଷ୍ଟ ହୋଇଛି । ଫଳରେ କେବଳ କିଆ ଚାଷ ଉପରେ ନିର୍ଭର କରୁଥିବା ଚାଷୀ ଏବଂ ଶ୍ରମିକମାନଙ୍କ ଅର୍ଥନୈତିକ ସ୍ଥିତି ଦୁଇ ଦଶନ୍ଧି ହେବ ବିଗାଡ଼ି ଦେଇଛି । ତେଣୁ ଦିନକୁ ଦିନ ଅସନ୍ତୋଷ ବଢ଼ି ଚାଲିଛି। ବିସ୍ଥାପିତଙ୍କ ପକ୍ଷରୁ ବିଭିନ୍ନ ସମୟରେ ଅନେକ ଆନ୍ଦୋଳନ ହୋଇଛି। ବିଭିନ୍ନ ମହଲରୁ ଜମି ଫେରସ୍ତ ଦାବି ଜୋରଦାର ହେବାରୁ ଭୂଅଁା ବୁଲାଇବା ପାଇଁ ଅଳ୍ପ କେତେକ ଜମିରେ କମ୍ପାନୀ ଶିଳ୍ପାଞ୍ଚଳ ପାର୍କ ନିର୍ମାଣ କରୁଛି । ତାହା ମଧ୍ୟ ଏବେ ଅସମ୍ପୂର୍ଣ୍ଣ ରହିଛି । ତେଣୁ ଜମି ଫେରାଅ ନ ଚେତ ବିସ୍ଥାପିତଙ୍କୁ ନିଯୁକ୍ତି ଦାବି ନେଇ ଆନ୍ଦୋଳନ ଏବେ ତୀବ୍ର ହୋଇଛି । ଏହାକୁ ଦମନ କରିବା ପାଇଁ ଆନ୍ଦୋଳନକାରୀଙ୍କ ବିରୋଧରେ କମ୍ପାନୀ କର୍ତ୍ତୃପକ୍ଷ ମିଥ୍ୟା ମାମଲା କରି ଗତ ମଙ୍ଗଳବାର ୭୮ ଜଣଙ୍କୁ ପୋଲିସ ଗରିଫ କରି କୋର୍ଟଚାଲାଣ କରିଛି। ଏହା ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ ଦର୍ଶାଇ ଭାଜପା ଜିଲା ସଭାପତି ଘୋର ନିନ୍ଦା କରିଛନ୍ତି । ସମସ୍ୟାର ସମାଧାନ ଏବଂ ଗିରଫ ବିସ୍ଥାପିତ ଲୋକଙ୍କୁ ଛଡ଼ା ନ ଗଲେ ଆନ୍ଦୋଳନ ପୁନର୍ବାର କରାଯିବାର ପତି ସ୍ପଷ୍ଟ କରିଛନ୍ତି। ଅନ୍ୟପକ୍ଷରେ ଇସ୍ପାତ କାରଖାନାରୁ ଦୂରେଇଥିବା ଟାଟା କମ୍ପାନୀ ଶୀତଳାପଲ୍ଲୀରେ ମଲଟି ଫ୍ୟାସିଲିଟି ହସ୍ପିଟାଲ ପ୍ରତିଷ୍ଠା ଲାଗି ମନ ବଳାଇଛି । ସେଥିପାଇଁ ୪୫.୦୫ ଏକର ସରକାରୀ ଜମି ଦିଆଯିବାର ଗତ ଶନିବାର ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏହାକୁ ମଧ୍ୟ ଜିଲା ଭାଜପା ଖୋଲା ବିରୋଧ ସହ ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ଦାବି କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ସେପ୍ଟେମ୍ବର ୨୩ରେ କଳାଦିବସ ପାଳନ କରିବାକୁ ପ୍ରସ୍ତୁତି

ଛତ୍ରପୁର, ୨୦।୯(ଦିଲ୍ଲୀପ ସାମଲ): କେନ୍ଦ୍ର ସରକାର ୨୦୨୦ରେ ୪୫ଟି ଶ୍ରମ ଆଇନକୁ ବାତିଲ କରି ୪ଟି ଶ୍ରମ ଆଇନରେ ପରିଣତ କରିଥିବା ଦିବସକୁ କଳା ଦିବସ...

ସାକ୍ଷୀଙ୍କୁ ଜେଲ୍‌ରୁ ମିଳିଥିଲା ଧମକ: ଅଭିଯୁକ୍ତଙ୍କୁ ୩ ବର୍ଷ ଜେଲଦଣ୍ଡ

ବ୍ରହ୍ମପୁର,୧୯ା୯(ସୁବାସ ଚନ୍ଦ୍ର ପାଢ଼ୀ): ଗୋଶାଣିନୁଆଗାଁ ଥାନା ଅଧୀନ ହିଲପାଟଣା ବହୁ ଚର୍ଚ୍ଚିତ ହେରିଟେଜ କ୍ଷୀର କମ୍ପାନୀ ବ୍ୟବସାୟୀ ଲମ୍ବୋଦର ମୁନି ହତ୍ୟା ମାମଲାରେ ମୁଖ୍ୟ ସାକ୍ଷୀଙ୍କୁ...

ବୈଠକ ଅଧାରୁ ଉଠି ଆସିଲେ ବିଜେଡି ଜିଲାପରିଷଦ ସଭ୍ୟ

ଛତ୍ରପୁର,୧୯ା୯(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ପ୍ରାୟ ବର୍ଷେ ହେଲା ଜିଲା ପରିଷଦ ବୈଠକ ହୋଇ ନ ଥିବା, ୭ ଦିନ ପୂର୍ବରୁ ନୋଟିସ ନ ଦେଇ ବୈଠକକୁ...

ଅଙ୍ଗନବାଡ଼ିରୁ ଫେରୁଥିବା ଛାତ୍ରଙ୍କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ଧରାକୋଟ,୧୯।୯: ଗଞ୍ଜାମ ଜିଲା ଧରାକୋଟ ଥାନା ଅନ୍ତର୍ଗତ କଂହିରା ପଲ୍ଲି ନିକଟରେ ଦୁର୍ଘଟଣା ଘଟିଛି। ଅଙ୍ଗନବାଡ଼ିରୁ ଫେରୁଥିବା ୩ ବର୍ଷର ଛାତ୍ରଙ୍କୁ ଏକ ବାଇକ୍‌ ଧକ୍କା...

ଛାତ୍ରୀଛାତ୍ରଙ୍କ ଅନ୍ତର୍ନିହିତ ଦକ୍ଷତାର ବିକାଶ ଲାଗି ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ପୁରୁଷୋତ୍ତମପୁର,୧୯।୯(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଭାଟକୁମରଡା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ଅଧକ୍ଷ ସନ୍ତୋଷ କୁମାର ମହାପାତ୍ରଙ୍କ ପୌରହିତ୍ୟରେ ଗୁରବାର ଅନୁଷ୍ଟିତ ହୋଇଯାଇଛି।...

ଭତ୍ତା ଆଣିବାକୁ ଯାଇ ନିଖୋଜ ଥିଲେ ବୃଦ୍ଧା, ଆଜି କେନାଲରୁ ମିଳିଲା ମୃତଦେହ

ଦିଗପହଣ୍ଡି,୧୯ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମର ସ୍ବର୍ଗତ କନ୍ତାରୁ ପାତ୍ରଙ୍କ ବିଧବା ସ୍ତ୍ରୀ ଏମ୍‌.ଅରାଲୁ ପାତ୍ର (୬୪)...

ଟ୍ରକକୁ ପଛପଟୁ ପିଟିଲା ଭ୍ୟାନ୍‌: ଚାଲିଗଲା ୨ ଜୀବନ

ଆସିକା,୧୯।୯(ସୁରେନ୍ଦ୍ର ନାଥ ସାହୁ): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ପିତଳ ଛକଠାରେ ରାସ୍ତା କଡ଼ରେ ଠିଆ ହେଇଥିବା ଗୋଟେ ଟ୍ରକକୁ ପଛପଟୁ ଧକ୍କା ଦେଇଛି...

ଗଣେଶ ମେଢ଼ ଭସାଣି ବେଳେ ଇଲେକ୍ଟ୍ରି ତାରରେ ଲାଗିଗଲା ଡିଜେ, ଚାଲିଗଲା ଯୁବକଙ୍କ ଜୀବନ

ପୁରୁଷୋତ୍ତମପୁର,୧୮ା୯(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମରେ ବୁଧବାର ଗଣେଶ ମେଢ଼ ଭସାଣି ବେଳେ ବିଦ୍ୟୁତ୍‌ ଆଘାତରେ ପବିତ୍ର ସାହୁ( ୨୨)ଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri