Categories: ଜାତୀୟ

ଗିରଫ ସନ୍ଦିଗ୍ଧ ଆଇଏସ୍‌ ଆତଙ୍କବାଦୀଙ୍କ ସୂଚନା: ଦିଲ୍ଲୀରେ ଆକ୍ରମଣ ଷଡ଼ଯନ୍ତ୍ର; ଲୋକପ୍ରିୟ ହିନ୍ଦୁନେତାଙ୍କୁ ହତ୍ୟା ଲାଗି ସୁପାରୀ

ନୂଆଦିଲ୍ଲୀ,୧୧।୧: ଦିଲ୍ଲୀରୁ ଗିରଫ ହୋଇଥିବା ୩ ସନ୍ଦିଗ୍ଧ ଆଇଏସ୍‌ ଆତଙ୍କବାଦୀ ଭାରତରେ ଆକ୍ରମଣ ପାଇଁ ହୋଇଥିବା ଷଡ଼ଯନ୍ତ୍ର ସମ୍ପର୍କରେ ସୂଚନା ଦେଇଛନ୍ତି। ଦିଲ୍ଲୀ ସମେତ ପଶ୍ଚିମ ଉତ୍ତରପ୍ରଦେଶର କେତେକ ସ୍ଥାନରେ ବଡ଼ଧରଣର ଆକ୍ରମଣ ଲାଗି ଯୋଜନା କରାଯାଇଥିବା ସମ୍ପର୍କରେ ସେମାନେ ପଚରାଉଚରା ସମୟରେ ଗୋଇନ୍ଦା ବିଭାଗ ଅଧିକାରୀଙ୍କ ସମ୍ମୁଖରେ ପ୍ରକାଶ କରିଛନ୍ତି। ଏହା ସହିତ ଦେଶର ଲୋକପ୍ରିୟ ହିନ୍ଦୁ ନେତା, ପୋଲିସ ଅଫିସର ଏବଂ କେତେକ ସରକାରୀ ଅଧିକାରୀଙ୍କୁ ହତ୍ୟା କରିବା ପାଇଁ ସେମାନଙ୍କୁ ସୁପାରୀ ମିଳିଥିବା ଆଇଏସ୍‌ ସନ୍ଦିଗ୍ଧମାନେ କହିଛନ୍ତି। ସନ୍ଦିଗ୍ଧମାନେ ତାମିଲନାଡୁରୁ ଫେରାର ଥିଲେ। ସେମାନଙ୍କର ୩ ଜଣ ସାଥି ନେପାଳ ପଳାଇ ଯାଇଥିବା ପଚରାଉଚରା ସମୟରେ ଜଣାପଡ଼ିଛି।

Share