ଗିରଫ ହେବେ ମଦ୍ୟପ ଚାଳକ, ସର୍କୁଲାର ଜାରି କଲେ ଡିଜିପି

ଭୁବନେଶ୍ୱର,୬।୯(ବ୍ୟୁରୋ): ଗିରଫ ହେବେ ମଦ୍ୟପ ଚାଳକ। ରାଜ୍ୟର ସମସ୍ତ ୧୪ଟି ଟୋଲଗେଟ୍‌ରେ ମଦ୍ୟପ ଡ୍ରାଇଭରଙ୍କୁ ଯାଞ୍ଚ କରାଯିବ। ମଦ୍ୟପାନ କରି ଗାଡ଼ି ଚଳାଉଥିବା ଗାଡ଼ି ଚାଳକଙ୍କୁ ଗିରଫ କରାଯିବ। ଏନେଇ ପୋଲିସ ଡିଜିପି ବିଜୟ କୁମାର ଶର୍ମା ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ଏପରିକି ବ୍ରୋଥ୍‌ ଆନାଲାଇଜରରେ ଟେଷ୍ଟ ଏବଂ ମେଡିକାଲ ଚେକ୍‌ ନେଇ ସର୍କୁଲାର ଜାରି ହୋଇଛି। ସନ୍ଧ୍ୟା ସୁଦ୍ଧା ଟୋଲଗେଟ୍‌ରେ ଯାଞ୍ଚ କରାଯିବା ନେଇ ସେ ମଧ୍ୟ କହିଛନ୍ତି।