ବାରାଣସୀ,୨୦।୧: ଉତ୍ତରପ୍ରଦେଶର ଆଣ୍ଟି ଟେରର ସ୍କ୍ବାଡ(ଏଟିଏସ୍)ସେନା ଇଣ୍ଟଲିଜେନ୍ସର ସହାୟତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ବାଚନ ଆସନ ବାରାଣସୀରୁ ଜଣେ ଆଇଏସ୍ଆଇ ଏଜେଣ୍ଟଙ୍କୁ ସୋମବାର ଗିରଫ କରିଛି। ରଶିଦ ଅହମ୍ମଦ ନାମକ ୨୩ ବର୍ଷୀୟ ଯୁବକ ଛିତୁପୁରରେ ରହୁଥିବା ବେଳେ ଜଣଙ୍କ ସେନା ସହ ସିଆର୍ପିଏଫ୍ ଶିବିରର ଫଟୋ ଓ ଭିଡିଓ ନିଜ ମୋବାଇଲ ମାଧ୍ୟମରେ ପାକିସ୍ତାନ ପଠାଉଥିବା ଜଣାପଡିଛି। ପୋଷ୍ଟର ଓ ବ୍ୟାନର ଲଗାଇ ସେ ତାଙ୍କ ଗୁଜରାଣ ମେଣ୍ଟାଉଛନ୍ତି।