Categories: ଗଞ୍ଜାମ

ଗିରଫ ହେଲେ ପିଏମ୍‌ଆର୍‌ୱାଇ ଉପଭୋକ୍ତା

ଆସିକା,୨୯ା୯(ଡି.ଏନ୍‌.ଏ.)-ଆସିକା ପୋଲିସ ଶନିବାର ୫ଜଣ ଫେରାର୍‌ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ମନୋରଞ୍ଜନ ପଣ୍ଡା, ଏଲ୍‌. ପ୍ରସାଦ ରାଓ ଆଚାରୀ, ଦୁର୍ଗାପ୍ରସାଦ ପାଣିଗ୍ରାହୀ, କୁନା ସାହୁ ଓ ଚନ୍ଦ୍ର ଶେଖର ବେହେରା। ଗିରଫ ଅଭିଯୁକ୍ତମାନେ ସମସ୍ତେ ଆସିକା ଏନ୍‌ଏସି ଅଞ୍ଚଳର ବୋଲି ଜଣାପଡିଛି। ପ୍ରଧାନମନ୍ତ୍ରୀ ରୋଜଗାର ଯୋଜନା (ପିଏମ୍‌ଆର୍‌ୱାଇ)ରେ ଅଭିଯୁକ୍ତମାନେ ଋଣ ନେଇ ପରିଶୋଧ କରି ନ ଥିଲେ। ଏପରିକି ଏହି ଋଣ ଆଦାୟ ଲାଗି ନିଯୁକ୍ତ (ଓଡିଶା ପବ୍ଲିକ୍‌ ଡିମାଣ୍ଡ୍‌ ରିକଭର୍‌ ଆକ୍ଟ-୧୯୬୨) ବ୍ରହ୍ମପୁର ସ୍ବତନ୍ତ୍ର ଅଦାଲତର ଅଧିକାରୀ ତଥା ବ୍ରହ୍ମପୁର ଉପଜିଲାପାଳଙ୍କ ପକ୍ଷରୁ ଅଭିଯୁକ୍ତମାନଙ୍କୁ ରୀତିମତ ନୋଟିସ୍‌ କରାଯାଉଥିଲେ ମଧ୍ୟ ସେମାନେ ସମ୍ପୃକ୍ତ ଅଦାଲତରେ ହାଜର ହେଉ ନ ଥିଲେ। ଅଦାଲତ ପକ୍ଷରୁ ଅଭିଯୁକ୍ତମାନଙ୍କୁ ଗିରଫ ଲାଗି ଜାରି ଜାମିନ୍‌ବିହୀନ ଗିରଫ ପରୱାନା ଜାରି କରାଯାଇଥିଲା ଏହାବଳରେ ପୋଲିସ ଗିରଫ କରି ଅଭିଯୁକ୍ତଙ୍କୁ ଅଦାଲତରେ ହାଜର କରାଇଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି।