ଗିରଫ ହେଲେ ୩ ଅଣଓଡ଼ିଆ ପରୀକ୍ଷାର୍ଥୀ

ମଙ୍ଗଳବାର ପରୀକ୍ଷା ସରିବା ପରେ ଉତ୍ତରପ୍ରଦେଶର କେତେଜଣ ଯୁବକ ଆଇଜି ପାର୍କରେ ପଶି ନାନା ବିଶୃଙ୍ଖଳା ସୃଷ୍ଟି କରିଥିଲେ। ସେମାନେ ଯୁବତୀମାନଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା ସହ କମେଣ୍ଟ ମାରିଥିଲେ। ଅକ୍ଷୟ ମହାରଣା ନାମକ ଜଣେ ଯୁବକ ପ୍ରତିବାଦ କରିବାରୁ ସେମାନେ ତାଙ୍କୁ ମାଡ଼ମାରି କାନମୁଣ୍ଡା ଫଟାଇ ଲହୁଲୁହାଣ କରିଦେଇଥିଲେ। ଏହି ଘଟଣାରେ କ୍ୟାପିଟାଲ ଥାନା ପୋଲିସ ୩ଜଣ ଅଣଓଡ଼ିଆ ଯୁବକଙ୍କୁ ଗିରଫ କରିଛି। ସେମାନେ ହେଲେ ଉତ୍ତରପ୍ରଦେଶର ବିଦେଶ ଯାଦବ, ଶୁଭମ କୁମାର ସିଂ ଓ ଅଙ୍କିତ କୁମାର। ସେମାନଙ୍କ ବିରୋଧରେ ଆଇପିସି ଦଫା ୩୪୧, ୩୨୩, ୫୦୬ ଓ ୩୪ ଅନୁଯାୟୀ ମାମଲା ନଂ.୩୭୩/୧୯ ରୁଜୁ କରାଯାଇଛି। ଅକ୍ଷୟ ଉକ୍ତ ପାର୍କରେ କେତେଜଣ ଝିଅ ସାଙ୍ଗଙ୍କ ସହ ଜନ୍ମଦିନ ପାଳୁଥିଲେ। ପରୀକ୍ଷାଦେବାକୁ ଆସିଥିବା ଏହି ଯୁବକମାନେ ସେମାନଙ୍କ ନିକଟରେ ପହଞ୍ଚତ୍ ଆତଙ୍କ ଖେଳାଇଥିଲେ। ଘଟଣା ପରଠାରୁ କମିଶନରେଟ ପୋଲିସ ପକ୍ଷରୁ ପାର୍କ ଉପରେ ନଜର ରଖାଯିବା ସହ ପାଟ୍ରୋଲିଂକୁ ବଢ଼ାଇ ଦିଆଯାଇଛି।

Share