Categories: ଜାତୀୟ

ଗିରିରାଜ୍‌ କିଶୋରଙ୍କ ପରଲୋକ

କାନ୍‌ପୁର, ୧୦ା୨(ପି.ଟି.): ବିଶିଷ୍ଟ ଲେଖକ ତଥା ଶିକ୍ଷାବିତ୍‌ ପଦ୍ମଶ୍ରୀ ଗିରିରାଜ୍‌ କିଶୋର(୮୨)ଙ୍କ ରବିବାର ପରଲୋକ ହୋଇଯାଇଛି। ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ। ୧୯୩୭ରେ ଉତ୍ତରପ୍ରଦେଶର ମୁଜାଫର ନଗରଠାରେ ଜନ୍ମିତ ଗିରିରାଜ୍‌ ସାମାଜିକ ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରି ଆଇଆଇଟି କାନ୍‌ପୁରରେ ରେଜିଷ୍ଟ୍ରାର ଭାବେ କାର୍ଯ୍ୟ କରିଥିଲେ। ତାଙ୍କ ଲିଖିତ ‘ଧାଇ ଘର’, ପହ୍‌ଲା ଗିର୍‌ମିଟିୟା’ ଲେଖା ଲୋକଙ୍କ ମନକୁ ଛୁଇଁଥିଲା। ସାହିତ୍ୟ ଏକାଡେମୀର କାର୍ଯ୍ୟନିର୍ବାହୀ ସଦସ୍ୟ ଭାବେ ସେ କାର୍ଯ୍ୟ କରିଥିଲେ।

Share