ନୂଆଦିଲ୍ଲୀ,୪।୫: ଗିଲଗିଟ୍ ଏବଂ ବଲ୍ଟିସ୍ତାନ ଉପରେ ପାକିସ୍ତାନ କୋର୍ଟର ବିବାଦୀୟ ରାୟ ପରେ ଭାରତ ପକ୍ଷରୁ ଏହାର ବିରୋଧ କରାଯାଇଛି। ପାକିସ୍ତାନ ସୁପ୍ରିମ୍କୋର୍ଟ ଗିଲଗିଟ୍ ଏବଂ ବଲ୍ଟିସ୍ତାନରେ ସାଧାରଣ ନିର୍ବାଚନ ପାଇଁ କେନ୍ଦ୍ରୀୟ ଆଇନରେ ସଂଶୋଧନ ଲାଗି ରାୟ ଦେଇଥିଲେ। ଏହାପରେ ଭାରତ ଏହାର ବିରୋଧ କରି କହିଛି ଯେ, ଜମ୍ମୁ-କଶ୍ମୀର, ଲଦାଖ, ଗିଲଗିଟ୍, ବଲ୍ଟିସ୍ତାନ ଆଦି ଭାରତର ଅଭିନ୍ନ ଅଙ୍ଗ। ଏହାକୁ ଶୀଘ୍ର ଖାଲି କରିବାର ଆବଶ୍ୟକତା ରହିଛି ବୋଲି ଭାରତୀୟ ବହର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ପାକିସ୍ତାନ ଉଦ୍ଦେଶ୍ୟରେ କୁହାଯାଇଛି। ପାକିସ୍ତାନ ଏହି ଅଞ୍ଚଳରୁ ଅବୈଧ ଦଖଲ ଉଠାଇ ନେବାକୁ ଭାରତ କହିଛି।