ଗୀତଗାଇ ସଚେତନତା ବାର୍ତ୍ତା ଦେଲା ପୋଲିସ

ବାଲିଗୁଡା,୧୪ା୪(ଡି.ଏନ୍‌.ଏ.)- ବାଲିଗୁଡା ମହାସିଙ୍ଗି ଠାରେ ପଞ୍ଚାୟତ ସ୍ତରୀୟ ମହାସଂଘ ଦ୍ୱାରା କରୋନା ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ବାଲିଗୁଡା ଏସ୍‌ଡିପିଓ ମାନସ ରଞ୍ଜନ ବାରିକ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଆଇଆଇସି ପ୍ରଶାନ୍ତ କୁମାର ବେହେରା ଯୋଗ ଦେଇଥିଲେ। ସଚେତନତା କାଯର୍‌ୟକ୍ରମ ପୂର୍ବରୁ ସାମାଜିକ ଦୂରତା ରକ୍ଷାକରି ଚୁନ ଦ୍ୱାରା କରାଯାଇଥିବା ବୃତ୍ତ ମଧ୍ୟରେ ମହିଳାମାନେ ଠିଆ ହୋଇଥିଲେ। ପ୍ରଥମେ ଏସ୍‌ଡିପିଓ ହାତଧୂଆ କୌଶଳ ଶିଖାଇଥିଲେ। ଏହାପରେ ଆଇଆଇସି ଗୀତ ଗାଇ ଲୋକଙ୍କୁ ସଚେତନତା କରାଇଥିଲେ। କାର୍ଯ୍ୟକ୍ରମକୁ ସାମ୍ବାଦିକ ଭଗବତୀ ପ୍ରସାଦ ସାବତ ପରିଚାଳନା କରିଥିଲେ।

Share