Categories: ବାଣିଜ୍ୟ

ଗୀତମ୍‌ରେ ଏମ୍‌ବିବିଏସ୍‌ ନାମଲେଖା

ବିଶାଖାପାଟଣା,୧୮-୬:ଗୀତମ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନସେସ୍‌ ଆଣ୍ଡ ରିସର୍ଚ୍ଚ( ଜିଆଇଏମ୍‌ଏସ୍‌ ଆର୍‌)ରେ ଏମ୍‌ବିବିଏସ୍‌ ନାମଲେଖା ସମ୍ପର୍କରେ ଘୋଷଣା କରାଯାଇଛି। ଏହା ଗୀତମ ଡିମ୍‌ଡ ୟୁନିଭର୍ସିଟିର ମେଡିକାଲ କଲେଜ ହୋଇଥିବା ବେଳେ ୨୦୧୯-୨୦ ବର୍ଷ ଲାଗି ନାମଲେଖା ହେଉଛି। ମେଡିକାଲ କଲେଜର ସିଟ୍‌ଗୁଡିକ ନିଟ୍‌-୨୦୧୯ ଅନ୍‌ଲାଇନ କାଉନସେଲିଂ ଦ୍ୱାରା ପୂରଣ କରାଯିବ। ଉକ୍ତ କାଉନ୍‌ସେଲିଂ ଡାଇରେକ୍ଟୋରେଟ୍‌ ଜେନେରାଲ ଅଫ୍‌ ହେଲଥ ସର୍ଭିସେସ, ନୂଆଦିଲୀଙ୍କ ଦ୍ୱାରା ଅନୁଷ୍ଠିତ ହେଉଛି। ଏଥି ଲାଗି ପ୍ରାର୍ଥୀ ଅଫିସିଆଲ ଓ୍ବେବସାଇଟ ଲଗ୍‌ ଇନ୍‌ କରି ପଞ୍ଜୀକରଣ କରିପାରିବେ। ପ୍ରଥମ ପର୍ଯ୍ୟାୟ କାଉନସେଲିଂ ଲାଗି ପଞ୍ଜୀକରଣ ପ୍ରକ୍ରିୟା ୧୯ରୁ ୨୪ ଜୁନ ମଧ୍ୟରେ ହେବ। ଏମ୍‌ବିବିଏସ୍‌ ଆଡମିଶନ ଲାଗି ନିର୍ଦ୍ଧାରିତ ପଦ୍ଧତି ଅବଲମ୍ବନ କରିବାକୁ ଗୀତମ ଡିମ୍‌ଡ ୟୁନିଭର୍ସିଟି ରେଜିଷ୍ଟ୍ରାର ପ୍ରଫେସର କେ.ଭି.ଜି.ଡି.ବାଲାଜୀ ସୂଚନା ଦେଇଛନ୍ତି।

Share