Categories: ଖେଳ

ଗୀତ ଗାଇଲେ ପାଣ୍ଡ୍ୟା

ମୁମ୍ବାଇ, ୧୨।୮: ଭାରତୀୟ କ୍ରିକେଟଦଳ ଏବେ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ଏକ ଦିବସୀୟ ସିରିଜ୍‌ ଖେଳୁଛି। ଏହି ସିରିଜ୍‌ ପାଇଁ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବିଶ୍ରାମ ଦିଆଯାଇଛି। ଏବେ ସେ ପରିବାର ସହ ସମୟ ବିତାଉଛନ୍ତି। ନିକଟରେ ତାଙ୍କ ଭାଇ କୃନାଲ ପାଣ୍ଡ୍ୟା ନିଜ ଇନଷ୍ଟାଗ୍ରାମର ହାର୍ଦ୍ଦିକ ଗୀତ ଗାଉଥିବାର ଏକ ଭିଡିଓ ପୋଷ୍ଟ କରିଥିଲେ। ଭିଡିଓରେ ଦୁଇଭାଇ ସୋଫା ଉପରେ ବସି ଧନୁଷଙ୍କ ପ୍ରସିଦ୍ଧ ଗୀତ କେଲାବରି ଡି ଗୀତ ଗାଉଥିବାର ଲକ୍ଷ୍ୟ କରାଯାଇଛି। ଏହି ଭିଡିଓଟି କୃନାଲଙ୍କ ସ୍ତ୍ରୀ ପଙ୍ଖୁଡି ଶର୍ମା ଶୁଟ୍‌ କରିଛନ୍ତି। ୨୦୧୧ରେ କେଲାବରି ଡି ଗୀତଟି ଖୁବ୍‌ ଭାଇରାଲ୍‌ ହୋଇଥିଲା। ସୂଚନାଯୋଗ୍ୟ, ବିଶ୍ୱକପ୍‌ ପରେ ଓ୍ବେଷ୍ଟଇଣ୍ଡିଜ୍‌ ଗସ୍ତ ପାଇଁ ଜଶପ୍ରୀତ୍‌ ବୁମରାହ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଆରାମ ଦିଆଯାଇଛି।

Share