Advertisement

ଗୀତ ଗାଇ, ପେଣ୍ଟିଂକରି ସମୟ ବିତାଉଛନ୍ତି ସଲମାନ୍‌

ସାରା ବିଶ୍ୱ ଏବେ କରୋରା ଭୟରେ। ଏଥିଲାଗି ଦେଶବ୍ୟାପୀ ହାଇଆଲର୍ଟ ଜାରି କରାଯିବା ସହ ବିଭିନ୍ନ କଟକଣା ଲଗାଯାଇଛି। କରୋନାକୁ ନେଇ ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ପ୍ରାୟ ସବୁ ଫିଲ୍ମ ଶୁଟିଂ ବନ୍ଦ ହୋଇଯାଇଛି। କଳାକାରମାନେ ଆଉ ବାହାରକୁ ନ ବାହାରି ଘରେ ବସି ନିଜ ମନ ପସନ୍ଦର କାମ କରୁଛନ୍ତି। ସଲମାନ୍‌ ଖାନ୍‌ ବା ଏଥିରୁ ବାଦ୍‌ ପଡ଼ିବେ କେମିତି। ସେ ଏହି ସମୟରେ ନିଜ ମନ ପସନ୍ଦର କାମ କରୁଛନ୍ତି। ଗୀତ ଗାଇବା ସହ ପେଣ୍ଟିଂ କରି ନିଜ ସମୟ ବିତାଉଛନ୍ତି। ଏହାର ଏକ ଭିଡିଓ ସଲମାନ୍‌ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଶେୟାର ମଧ୍ୟ କରିଛନ୍ତି। ଭିଡିଓଟିରେ ସେ ମାତ୍ର କିଛି ମିନିଟ ମଧ୍ୟରେ ଜଣେ ପୁରୁଷ ଓ ମହିଳାର ଏକ ସୁନ୍ଦର ପେଣ୍ଟିଂ ତିଆରି କରୁଛନ୍ତି। ଏହି ପେଣ୍ଟିଂ ତିଆରି କରିବା ସମୟରେ ସେ କହୋନା ପ୍ୟାର୍‌ ହୈ…. ଗୀତ ଗାଉଛନ୍ତି। ଖାସ୍‌ କଥା ହେଲା ସଲମାନ୍‌ ଚାରକୋଲ୍‌ରେ ନିଜ ଆଙ୍ଗୁଠି ସାହାଯ୍ୟରେ ଏହି ପେଣ୍ଟିଂଟିକୁ ତିଆରି କରିଛନ୍ତି। ଭିଡିଓରେ ସଲମାନ୍‌ଙ୍କ ଏହି କଳାକୁ ଦେଖି ଫ୍ୟାନ୍‌ମାନେ ତାଙ୍କ ପ୍ରଶଂସା କରିବାରେ ଲାଗିପଡ଼ିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share