ଗୁଗଲ ଡୁଡୁଲରେ ଜୋଶେଫ୍‌ ଏଣ୍ଟୋନିୟୋ: ଫିଲ୍ମରେ ଆଣିଥିଲେ ଆନିମେସନ୍‌ ଜ୍ଞାନକୌଶଳ

ଓ୍ବାଶିଂଟନ,୧୪।୧୦: ଖ୍ୟାତି ସମ୍ପନ୍ନ ପଦାର୍ଥ ବିଜ୍ଞାନୀ ଜୋଶେଫ୍‌ ଏଣ୍ଟୋନିୟୋଙ୍କ ସମ୍ମାନରେ ସୋମବାର ଗୁଗଲ ପକ୍ଷରୁ ଡୁଡୁଲ ପ୍ରଦର୍ଶନ କରାଯାଇଛି। ଜୋଶେଫ୍‌ ଫିଲ୍ମରେ ଫେନାକିସଟିସ୍କୋପ୍‌ ଜ୍ଞାନକୌଶଳର ବ୍ୟବହାର ସମ୍ପର୍କରେ ଗବେଷଣା କରିଥିଲେ। ଏହାଦ୍ୱାରା ଫିଲ୍ମରେ ଆନିମେସନ ପ୍ରସ୍ତୁତ କରି ହୋଇଥାଏ। ଏହି ଜ୍ଞାନକୌଶଳର ବ୍ୟବହାର ପ୍ରଥମେ ମୋସନ୍‌ ପିକଚର୍ସରେ କରାଯାଇଥିଲା। ଜୋଶେଫ୍‌ ୧୮୦୧ରେ ବେଲଜିୟମ୍‌ରେ ଜନ୍ମଗ୍ରହଣ କରିଥିଲେ। ସେ ଆଇନ ପାଠ୍ୟକ୍ରମରେ ଡିଗ୍ରୀ ହାସଲ ପରେ ପଦାର୍ଥ ବିଜ୍ଞାନୀ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ମନୁଷ୍ୟଙ୍କ ଆଖି ଉପରେ ଆଲୋକର ପ୍ରଭାବ ଉପରେ ସେ ବହୁ ଗବେଷଣା କରିଥିଲେ। ସୂର୍ଯ୍ୟ ଆଲୋକଙ୍କୁ ଚାହିଁଚାହିଁ ସେ ଅଧ୍ୟୟନ କରୁଥିବାରୁ ଶେଷରେ ତାଙ୍କ ଆଖିର ଦେଖିବା ଶକ୍ତି ଚାଲି ଯାଇଥିଲା। ତାଙ୍କ ଯୋଗୁ ମୋସନ ପିକଚର୍ସ କ୍ଷେତ୍ରରେ ବହୁ ବିକାଶ ସମ୍ଭବ ହୋଇପାରିଥିଲା।

Share