ଗୁଗଲ ଦେଖାଉଛି ଆଶ୍ରୟସ୍ଥଳ

ନୂଆଦିଲ୍ଲୀ, ୭ା୪: କୋଭିଡ୍‌-୧୯ ସଂକ୍ରମଣକୁ ରୋକିବା ପାଇଁ ଦେଶବ୍ୟାପୀ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିବାବେଳେ ଦାଦନ ଶ୍ରମିକମାନଙ୍କ ଦୁର୍ଦ୍ଦଶା ବହୁଗୁଣିତ ହୋଇଛି। ଏହି ପରିପ୍ରେକ୍ଷୀରେ ଗୁଗଲ ସେମାନଙ୍କୁ ସାହାଯ୍ୟ କରିବା ଲାଗି ଏକ ଅଭିନବ ପନ୍ଥା ବାହାର କରିଛି। ଭାରତର ୩୦ ସହରରେ ପ୍ରତିଷ୍ଠା କରାଯାଇଥିବା ଖାଦ୍ୟ ଯୋଗାଣ ଓ ଆଶ୍ରୟସ୍ଥଳୀରେ ସେମାନେ ଯେପରି ପହଞ୍ଚତ୍ପାରିବେ ସେଥିଲାଗି ଗୁଗଲ ସେହି ରିଲିଫ୍‌ ସେଣ୍ଟରଗୁଡ଼ିକର ଅବସ୍ଥିତି ଚିହ୍ନଟ କରି ଦେଖାଇବା ଆରମ୍ଭ କରିଛି। ଏଥିଲାଗି ଗୁଗଲ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧିକାରୀମାନଙ୍କ ସହ ସମନ୍ବୟ ରଖି କାର୍ଯ୍ୟ କରୁଛି। ବର୍ତ୍ତମାନର ଜରୁରୀ ସମୟରେ ଗରିବମାନଙ୍କୁ ସାହାଯ୍ୟ କରିବା ସକାଶେ ଆମେ ସମାଧାନର ପନ୍ଥା ବାହାର କରିଛୁ। ଲୋକେ ଏହି ସ୍ଥାନଗୁଡ଼ିକର ଅବସ୍ଥିତି ସମ୍ପର୍କରେ ଗୁଗଲ ମ୍ୟାପ୍‌, ସର୍ଚ୍ଚ ଓ ଗୁଗଲ ଆସିଷ୍ଟାଣ୍ଟ ଜରିଆରେ ଜାଣିପାରିବେ ବୋଲି ଗୁଗଲ ଇଣ୍ଡିଆର ସିନିୟର୍‌ ପ୍ରୋଗ୍ରାମ ମ୍ୟାନେଜର ଅନଲ ଘୋଷ ସୂଚନା ଦେଇଛନ୍ତି।

Share