ନୂଆଦିଲ୍ଲୀ,୨୪।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଆକାଶବାଣୀରେ ତାଙ୍କର ମନ କି ବାତ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ଉଦ୍ବୋଧନ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ମୁଁ ଆଗରୁ ବହୁତ ବହି ପଢୁଥିଲି, କିନ୍ତୁ ଏବେ ଗୁଗୁଲ ମୋର ଏହି ଅଭ୍ୟାସ ବିଗାଡି ଦେଇଛି। କୌଣସି ସନ୍ଦର୍ଭରେ ଜାଣିବାକୁ ହେଲେ, ଗୁଗୁଲ୍ରୁ ତତ୍କ୍ଷଣାତ୍ ଜାଣିହୋଇଯାଉଛି। ଆଉ ବହି ପଢିବାକୁ ପଡୁନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏତେ ବ୍ୟସ୍ତ ଜୀବନ ଭିତରେ ଟିଭି କି ଫିଲ୍ମ ଦେଖିବା କି ବହି ପଢିବାକୁ ସମୟ ମିଳୁଛି କି ନାହିଁ ବୋଲି ରେଡିଓ ପ୍ରୋଗ୍ରାମ ଚାଲିଥିବାବେଳେ ହରିୟାଣାର ଅଖିଲ ନାମକ ଜଣେ ଛାତ୍ର ମୋଦିଙ୍କୁ ପଚାରିଥିଲେ। ଯାହାର ଉତ୍ତରରେ ସେ କହିଥିଲେ, ବହି ପଢିବାର ବହୁତ ଆଗ୍ରହ ଅଛି, କିନ୍ତୁ ଫିଲ୍ମ ଦେଖିବାର କୌଣସି ରୁଚି ନାହିଁ। ପୂର୍ବରୁ ସମୟ ମିଳିଲେ ଡିସ୍କଭରୀ ଚ୍ୟାନେଲ୍ ଦେଖୁଥିଲି ବୋଲି ମୋଦି କହିଛନ୍ତି।