Categories: ଜାତୀୟ

ଗୁଜରାଟରେ ପାକ୍‌ ପଙ୍ଗପାଳ ଆତଙ୍କ

ବଡୋଦରା, ୨୬ା୧୨: ପାକିସ୍ତାନରୁ ଦଳ ଦଳ ପଙ୍ଗପାଳ ଗୁଜରାଟର ବିଭିନ୍ନ ଜିଲାରେ ପ୍ରବେଶ କରିବା ଫଳରେ ଚାଷୀଙ୍କ ନିଦ ହଜାଇ ଦେଲେଣି। ଏମାନେ ବ୍ୟାପକ ଫସଲ ଖାଇ ନଷ୍ଟ କରିଦେଉଥିବାରୁ ତା’ର ପ୍ରତିକାର ପାଇଁ କେନ୍ଦ୍ର ସରକାର ସେଠାକୁ ୧୧ଟି ଟିମ୍‌ ପଠାଇଛନ୍ତି। ଗତ କିଛିଦିନ ମଧ୍ୟରେ ଗୁଜରାଟର ବନସକଣ୍ଠା, ମେହସାନା, କଚ୍ଛ, ପାଟନ ଏବଂ ସାବରକଣ୍ଠା ଜିଲାରେ ପଶି ସୋରିଶ, ମଧୁରୀ, ଜିରା, କପା, ଆଳୁ, ଗହମ ଓ ଜାଟ୍ରୋଫା ଫସଲ ନଷ୍ଟ କରିବାରେ ଲାଗିଛନ୍ତି। କେନ୍ଦ୍ରୀୟ ଟିମ୍‌ ଫସଲରେ କୀଟନାଶକ ସିଞ୍ଚନ କରିବା ସହ ସ୍ଥିତି ସୁଧୁରିବା ଯାଏ ସେଠାରେ ରହିବେ। କୀଟନାଶକ ସିଞ୍ଚନ ପାଇଁ ରାଜ୍ୟ ସରକାର ଡ୍ରୋନ୍‌ର ବ୍ୟବହାର କରୁଛନ୍ତି।

Share