Categories: ଜାତୀୟ

ଗୁଜରାଟରେ ବର୍ଷାବିତ୍ପାତ: ୪୮ ଘଣ୍ଟାରେ ୯ ମୃତ

ଅହମଦାବାଦ, ୩୦।୬: ଗୁଜରାଟର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି। କେତେକ ଅଞ୍ଚଳରେ ଗତ ୩୦ ଘଣ୍ଟା ମଧ୍ୟରେ ୨୦୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି। ରାଜ୍ୟରେ ଦୁଇଦିନରେ ବର୍ଷାବିତ୍ପାତରେ ୯ ଜଣଙ୍କ ମୃତ୍ୟୁ ଘଟିଛି। ଆଗାମୀ ୩ ଦିନ ଯାଏ ରାଜ୍ୟର ବିଭିନ୍ନ ଜିଲାରେ ବର୍ଷା ଲାଗିରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଜୁନାଗଡ଼, ଜାମନଗର, ମୋର୍ବି, କଚ୍ଛ, ସୁରଟ ଓ ତାପି ଜିଲାରେ ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ସହର ଜଳାର୍ଣ୍ଣବ ହୋଇଛି। ଶୁକ୍ରବାର ସକାଳେ ଗ୍ରାମାଞ୍ଚଳ ରାସ୍ତାଘାଟ ବର୍ଷା ଯୋଗୁ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା।

Share