Categories: ଜାତୀୟ

ଗୁଜରାଟର ବହିଷ୍କୃତ ଆଇପିଏସ୍‌ଙ୍କୁ ଆଜୀବନ ଜେଲ୍‌

ଅହମ୍ମଦାବାଦ,୨୦।୬: ଗୁଜରାଟ କୋର୍ଟ ଜାମନଗର ଜେଲ୍‌ରେ ହୋଇଥିବା ଏକ ମୃତ୍ୟୁ ମାମଲାର ଶୁଣାଣି କରିଛନ୍ତି। ଗୁରୁବାର ଏହି ମାମଲାରେ ବହିଷ୍କୃତ ଆଇପିଏସ୍‌ ଅଧିକାରୀ ସଞ୍ଜୀବ ଭଟ୍ଟ ଓ ତାଙ୍କର ଅନ୍ୟ ଜଣେ ସହଯୋଗୀଙ୍କୁ କୋର୍ଟ ଦୋଷୀ ସାବସ୍ତ୍ୟ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସୂଚନାଯୋଗ୍ୟ, ୧୯୯୦ ଜାମନଗରରେ ଭାରତ ବନ୍ଦ ସମୟରେ ଏକ ହିଂସା ହୋଇଥିଲା। ସେହି ସମୟରେ ସଞ୍ଜୀବ ଜାମନଗରର ଏଏସ୍‌ପି ରହିଥିଲେ। ଏହି ହିଂସା ବେଳେ ପୋଲିସ ୧୩୩ଜଣ ବ୍ୟକ୍ତିଙ୍କୁ ଗିରଫ କରିଥିଲା। ସେଥିମଧ୍ୟରୁ ୨୫ ଆହତ ହୋଇଥିବା ବେଳେ ୮ଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଥିଲା। ତେବେ ବିଚାର ବିଭାଗୀୟ ଅଦାଲତରେ ରହିଥିବା ଅଭିଯୁକ୍ତ ପ୍ରଭୁଦାସ ମାଧବଜୀ ବୈଶ୍ନାନୀଙ୍କ ଜେଲ୍‌ରେ ମୃତ୍ୟୁ ହୋଇଥିଲା। ଜେଲ୍‌ରେ ତାଙ୍କ ସହ ମାରପିଟ୍‌ କରାଯାଇଥିବା ନେଇ ସଞ୍ଜୀବ ଓ ତାଙ୍କ ସହଯୋଗୀଙ୍କ ନଁାରେ ଅଭିଯୋଗ ହେବା ସହ ମାମଲା ରୁଜୁ କରାଯାଇଥିଲା। ଏହି ମାମଲାର ଶୁଣାଣି କରି କୋର୍ଟ ସଞ୍ଜୀବଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

Share