ଗୁଜରାଟ ବୈଜ୍ଞାନିକଙ୍କ ନୂଆ ରୋବୋ: ଦୁଃଖ ସମୟରେ ଦେବ ସହାନୁଭୁତି

ଲାସ୍‌ଭେଗାସ୍‌/ଅହମ୍ମଦାବାଦ୍‌. ୮।୧: ଆଧୁନିକ ଯୁଗରେ ମଣିଷର କାମ ରୋବୋ କରୁଛି। ପ୍ରତିଟି କାର୍ଯ୍ୟରେ ଏବେ ରୋବୋର ଉପଯୋଗ କରାଯାଉଛି। ପୃଥିବୀର ସର୍ବବୃହତ୍‌ ଇଲୋକ୍ଟ୍ରନିକ୍ସ୍‌ ଶୋ ସିଇଏସ୍‌-୨୦୨୦ରେ ଲାସ୍‌ଭେଗାସ୍‌ଠାରେ ଅନୁଷ୍ଠିତ ହୋଇଛି। ଏହି ଶୋରେ ଗୁଜରାଟର ବୈଜ୍ଞାନିକ ଇଞ୍ଜିନିୟର ପ୍ରଣବ ମିସ୍ତ୍ରୀଙ୍କ ଦ୍ୱାରା ଆର୍ଟିଫିସିଆଲ୍‌ ହ୍ୟୁମାନ୍‌ ପ୍ରଦର୍ଶନ କରାଯାଇଛି। ସେ ସାମସଙ୍ଗ ପକ୍ଷରୁ ଏହି ଶୋରେ ଯୋଗ ଦେଇଛନ୍ତି। ଏହି ନୂଆ ଆର୍ଟିଫିସିଆଲ୍‌ ହ୍ୟୁମାନ୍‌ ରୋବୋ ମଣିଷ ଭଳି ଅବିକଳ କଥା ହେବା ସହିତ ଦୁଃଖ ସମୟରେ ସହାନୁଭୁତି ଦେବାକୁ ସକ୍ଷମ ବୋଲି ପ୍ରଣବ ସୂଚନା ଦେଇଛନ୍ତି। ଏହି ରୋବୋର ନାମ ନିୟନ ରଖାଯାଇଛି। ଏହା ନିୟନ ଆର୍‌-୩ ଜ୍ଞାନକୌଶଳ ଅର୍ଥାତ୍‌ ରିଲାୟବିଲିଟି, ରିୟଲ ଟାଇମ୍‌ ଏବଂ ରେସପନ୍ସ୍‌ ଆଦି ଉପରେ କାର୍ଯ୍ୟ କରିବାକୁ ସକ୍ଷମ ବୋଲି ପ୍ରଣବ କହିଛନ୍ତି।

Share