Categories: ଜାତୀୟ

ଗୁଜରାଟ ଉପକୂଳରେ ପାକିସ୍ତାନୀ ଡଙ୍ଗା: ସର୍ଚ୍ଚ ଅପରେଶନ ଜାରି

ଗାନ୍ଧିନଗର,୫।୧୦: ଗୁଜରାଟ କଚ୍ଛ ଅଞ୍ଚଳରେ ପାକିସ୍ତାନ ଅନୁପ୍ରବେଶ ଉଦ୍ୟମ ଜାରି ରଖିଥିବା ବେଳେ ଏବେ ପାକିସ୍ତାନ ମତ୍ସଜୀବୀଙ୍କ ଦୁଇଟି ଡଙ୍ଗା ମିଳିବା ପରେ ସର୍ଚ୍ଚ ଅପରେଶନ ଜାରି ରହିଛି। ଶନିବାର ସର କ୍ରିକ ଅଞ୍ଚଳରେ ବିଏସ୍‌ଏଫ୍‌କୁ ଏହି ଡଙ୍ଗା ମିଳିବା ପରେ ସେଠାରେ ସର୍ଚ୍ଚ ଅପରେଶନ ଆରମ୍ଭ କରାଯାଇଛି। ଗୁଇନ୍ଦା ବିଭାଗକୁ ପ୍ରଥମେ ଏହି ସୂଚନା ମିଳିବା ପରେ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେଶନ କରି ଡଙ୍ଗା ଦୁଇଟିକୁ ଜବତ କରିଦିଆଯାଇଥିଲା। ହେଲେ ଡଙ୍ଗା ମଧ୍ୟରୁ କୌଣସି ସନ୍ଦିଗ୍ଧ ଜିନିଷପତ୍ର ମିଳି ନ ଥିବା ସୂଚନା ରହିଛି।

Share