Categories: ଜାତୀୟ

ଗୁଜରାଟ ଦଙ୍ଗା: ବିଲ୍‌କିସ୍‌ ବାନୋଙ୍କୁ ୨ ସପ୍ତାହ ମଧ୍ୟରେ ୫୦ ଲକ୍ଷ କ୍ଷତିପୂରଣ ଦେବାକୁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୩୦।୯: ଗୁଜରାଟରେ ୨୦୦୨ରେ ହୋଇଥିବା ଦଙ୍ଗାରେ ୨୧ ବର୍ଷ ବୟସ୍କା ବିଲ୍‌କିସ୍‌ ବାନୋଙ୍କୁ ଗଣବଳାତ୍କାର କରାଯିବା ସହିତ ତାଙ୍କର ୩ ବର୍ଷର ଶିଶୁ କନ୍ୟାଙ୍କୁ ହତ୍ୟା କରାଯାଇଥିଲା। ଏନେଇ ସୁପ୍ରିମ୍‌କୋର୍ଟ ରାଜ୍ୟ ସରକାରଙ୍କୁ ୨ ସପ୍ତାହ ମଧ୍ୟରେ ୫୦ ଲକ୍ଷ ଟଙ୍କା ଏବଂ ବାସଗୃହ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ଚଳିତ ବର୍ଷ ଏପ୍ରିଲ୍‌ ୨୩ରେ ସର୍ବୋଚ୍ଚ ନ୍ୟାୟାଳୟ ବିଲ୍‌କିସ୍‌ ବାନୋଙ୍କୁ ଏସବୁ କ୍ଷତିପୂରଣ ଦେବାକୁ ରାଜ୍ୟ ସରକାରଙ୍କୁ କହିଥିଲେ। ତେବେ ରାଜ୍ୟ ସରକାର ଏପରି ନ କରିବାରୁ ବିଲ୍‌କିସ୍‌ ପୁଣି ସୁପ୍ରିମ୍‌କୋର୍ଟର ଆଶ୍ରୟ ନେଇଥିଲେ। ଏହାର ବିଚାର କରି ଅଦାଲତ ଏପରି ନିର୍ଦ୍ଦେଶ ଜାରି କରିଛନ୍ତି। ଗୋଧ୍ରା ଦଙ୍ଗା ସମୟରେ ବିଲ୍‌କିସ୍‌ଙ୍କ ଉପରେ ଏଭଳି ଅତ୍ୟାଚାର ହୋଇଥିଲା।

Share