Categories: ଜାତୀୟ

ଗୁଜରାଟ ଦଙ୍ଗା: ମୋଦିଙ୍କୁ କ୍ଲିନ୍‌ ଚିଟ୍‌ ଦେଲେ ନାନାବତୀ କମିଶନ

ନୂଆଦିଲ୍ଲୀ,୧୧।୧୨: ଗୁଜରାଟ ଦଙ୍ଗାର ତଦନ୍ତ କରୁଥିବା ନାନାବତୀ କମିଶନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କ୍ଲିନ୍‌ ଚିଟ୍‌ ଦେଇଛନ୍ତି। ଗୋଧ୍ରା ଦଙ୍ଗା ସମୟରେ ଗୁଜରାଟର ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ଥିବା ମୋଦି ବିନା ସୂଚନାରେ ଗୋଧ୍ରା ଗସ୍ତ କରିଥିବା ଅଭିଯୋଗ ହୋଇଥିଲା। ତେବେ ନାନାବତୀ କମିଶନଙ୍କ ପକ୍ଷରୁ କୁହାଯାଇଛି ଯେ, ମୋଦିଙ୍କ ଗୋଧ୍ରା ଗସ୍ତ ସମ୍ପର୍କରେ ପ୍ରଶାସନ ପାଖରେ ପୂର୍ବରୁ ସୂଚନା ରହିଥିଲା। ସେହିପରି ଗୋଧ୍ରା କାଣ୍ଡ ପରେ ମୁଖ୍ୟମନ୍ତ୍ରୀଙ୍କ ଆବାସରେ କିଛି ଅଧିକାରୀଙ୍କ ବୈଠକ ହୋଇଥିଲା। ବୈଠକରେ ପୋଲିସକୁ କୌଣସି ପଦକ୍ଷେପ ନ ନେବା କୁହାଯାଇଥିଲା। ତେବେ ଏହାର ପ୍ରମାଣ ମିଳି ନ ଥିବା ନାନାବତୀ କମିଶନଙକ୍କ ରିପୋର୍ଟରେ ଦର୍ଶାଯାଇଛି। ଗୁଜରାଟ ଦଙ୍ଗା ପ୍ରାୟୋଜିତ ନ ଥିଲା ବୋଲି କମିଶନଙ୍କ ରିପୋର୍ଟରେ ପ୍ରକାଶ ପାଇଛି। କମିଶନଙ୍କ ପକ୍ଷରୁ ଆଇପିଏସ୍‌ ଆର୍‌.ବି. ଶ୍ରୀକୁମାର, ରାହୁଲ ଶର୍ମା ଏବଂ ସଞ୍ଜିବ ଭଟ୍ଟ ତଥ୍ୟର ଯାଞ୍ଚ୍‌ କରିଥିଲେ।

Share