Categories: ଖେଳ

ଗୁଜରାଟ ଫର୍ଚୁନ୍‌ଜିଆଣ୍ଟ୍ସର ବିଜୟ

ଚେନ୍ନାଇ, ୨୪ା୮ (ପି.ଟି.)- ଚଳିତ ପ୍ରୋ-କବାଡ଼ି ଲିଗ୍‌ ସିଜନ-୭ରେ କ୍ରମାଗତ ୬ଟି ମ୍ୟାଚରେ ପରାଜିତ ହେବା ପରେ ବିଜୟ ଲାଭ କରିଛି ଗୁଜରାଟ ଫର୍ଚୁନ୍‌ଜିଆଣ୍ଟ୍ସ୍ସ। ସ୍ଥାନୀୟ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଶୁକ୍ରବାର ଖେଳାଯାଇଥିବା ଏକ ମ୍ୟାଚରେ ଦଳ ୨୯-୨୬ ପଏଣ୍ଟ ବ୍ୟବଧାନରେ ପାଟନା ପାଇରେଟ୍ସକୁ ପରାସ୍ତ କରିଛି। ରୋହିତ ଗୁଲିଆଙ୍କ ସୁପର ୧୦ (୧୦ରେଡ୍‌ ପଏଣ୍ଟ) ମ୍ୟାଚର ଗତିପଥ ବଦଳାଇ ଦେଇଥିଲା। ଫଳତଃ ପ୍ରଦୀପ ନରଓ୍ବାଲଙ୍କ ପ୍ରଭାବୀ ପ୍ରଦର୍ଶନ ଫିକା ପଡ଼ିଯାଇଥିଲା। ଅନ୍ୟ ଏକ ମ୍ୟାଚରେ ୟୁ ମୁମ୍ବା ୨୯-୨୪ରେ ତାମିଲ ଥଲାଇଭାସକୁ ପରାସ୍ତ କରିଛି।

Share