ଅନୁଗୋଳ ଅଫିସ, ୯।୫- ମହାରାଷ୍ଟ୍ର ଓ ଗୁଜରାଟରୁ ଓଡ଼ିଶାକୁ ଆସୁଥିବା ଦୁଇଟି ଶ୍ରମିକ ସ୍ପେଶାଲ ଟ୍ରେନ୍ରେ ଅନୁଗୋଳ ଜିଲାର ୧୦୯ ଜଣ ଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଶ୍ରମିକମାନେ ପହଞ୍ଚତ୍ବା ପରେ ସେମାନଙ୍କୁ ସ୍ବତନ୍ତ୍ର ବସ୍ରେ ଅନୁଗୋଳ ଅଣାଯିବ। ଏହାପରେ ଅନୁଗୋଳରୁ ସେମାନଙ୍କ ଅଞ୍ଚଳକୁ ପଠାଯାଇ କ୍ବାରାଣ୍ଟାଇନ୍ରେ ରଖାଯିବ। ଏ ନେଇ ଜିଲାରେ ଥିବା ୮ଟି ବ୍ଲକର ବିଡିଓଙ୍କୁ ପ୍ରସ୍ତୁତ ରହିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।