Categories: ଜାତୀୟ

ଗୁଜରାଟ ମାଡ ହେବା ପୂର୍ବରୁ ଦିଗ ବଦଳାଇଲା ‘ବାୟୁ’: ମୁଖ୍ୟମନ୍ତ୍ରୀ କହିଲେ, ସବୁ ଭଗବାନ କୃଷ୍ଣଙ୍କ କୃପା

ଅହମ୍ମଦାବାଦ, ୧୪।୬:ସାମୁଦ୍ରିକ ବାତ୍ୟା ‘ବାୟୁ’ ଦିଗ ବଳାଇଛି। ଗୁଜରାଟରେ ମାଡ଼ହେବା ପୂର୍ବରୁ ଏହା ପୁଣି ଆରବ ସାଗର ମୁହାଁ ହୋଇଛି। ଭେରେଭାଲ୍‌, ପୋର୍‌ବନ୍ଦର, ଓ ଦ୍ୱାରକା ପାଖଦେଇ ଏହା ଚାଲିଯିବ ବୋଲି ଜଣାପଡ଼ିଛି। ଏନେଇ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣି ନିଜ ମତ ରଖି କହିଛନ୍ତି, ଭଗବାନଙ୍କ କୃଷ୍ଣ, ହରିଶିଦ୍ଧି ମାତା ଏବଂ ଭଗବାନ ସୋମନାଥଙ୍କ ଯୋଗୁ ସବୁ ସମ୍ଭବ ହେଲା। ବାତ୍ୟା ଯୋଗୁ ଆମ କ୍ଷତି ହୋଇନି। ଏବେ ଏହା ଗୁଜରାଟ ଉପକୂଳରୁ ୧୧୦ କିମି ଦୂରରେ ରହିଛି। ଉପକୂଳ ଅଞ୍ଚଳରେ ପ୍ରବଳ ବର୍ଷା ସହ ୧୪୫ କିମି ବେଗରେ ପବନ ବୋହୁଥିବାବେଳେ ହାଇଆଲର୍ଟ ଜାରି କରାଯାଇଛି ବୋଲି ସେ କହିଛନ୍ତି। ଏନେଇ ଭଗବାନଙ୍କୁ ଧନ୍ୟବାଦ ଦେବି ବୋଲି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ,ବାତ୍ୟାର ଭୟାବହତାକୁ ଦେଖି ବୁଧବାର ଉପକୂଳ ଅଞ୍ଚଳରେ ଥିବା ୩ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା।

Share