Categories: ଜାତୀୟ

ଗୁଜରାଟ ସୀମାରେ ଚାଇନାକୁ ୫୫ ବର୍ଗ କି.ମି. ଜମି ଦେଲା ପାକିସ୍ତାନ

ନୂଆଦିଲ୍ଲୀ,୧୮-୧୦:ଗୁଜରାଟ ସୀମାରେ ଚାଇନାକୁ ୫୫ ବର୍ଗ କି.ମି. ଜାଗା ଦେଇ ଭାରତର ଚିନ୍ତା ବଢ଼ାଇଦେଇଛି ପାକିସ୍ତାନ। ଗୁଜରାଟ ସୀମାନ୍ତ ହାରାମି ନାଲାରେ ଚାଇନାର ଏକ କମ୍ପାନୀକୁ ଉକ୍ତ ଜମି ଲିଜ୍‌ ସୂତ୍ରରେ ଦେଇଥିବା ଜଣାପଡ଼ିଛି। ଗୁଜରାଟ ସୀମାର ସାର୍‌ କ୍ରିକ୍‌ ଅଞ୍ଚଳ ନିକଟରେ ରହିଛି ୨୨ କି.ମି. ବିସ୍ତୃତ ହରାମି ନାଲା। ସେଠାରୁ ମାତ୍ର ୧୦ କି.ମି. ଦୂରରେ ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ରେଖା (ଆଇବି) ସଂଲଗ୍ନ ୫୫ ବର୍ଗ କି.ମି. ଜମିକୁ ଚାଇନାର ଏକ କମ୍ପାନୀକୁ ପାକିସ୍ତାନ ଦେଇଛି। ଉକ୍ତ କମ୍ପାନୀ ସେଠାରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛି। ଉକ୍ତ ଅଞ୍ଚଳରେ ଚାଇନା କମ୍ପାନୀର ଉପସ୍ଥିତି ଭାରତ ପାଇଁ ସୁରକ୍ଷା ଦୃଷ୍ଟିରୁ ଚିନ୍ତାର ବିଷୟ ବୋଲି କୁହାଯାଉଛି। ହାରାମି ନାଲା ହେଉଛି ଏକ ଅନୁପ୍ରବେଶପ୍ରବଣ ଅଞ୍ଚଳ। ଇସ୍‌ଲାମାବାଦ ଏହି ପଥ ଦେଇ ଆତଙ୍କବାଦୀଙ୍କୁ କଚ୍ଛ ଅଞ୍ଚଳକୁ ଅନୁପ୍ରବେଶ ଉଦ୍ୟମ କରିଥାଏ।

Share