Advertisement

ଗୁଟ୍‌ଖା ବିକ୍ରି ରୋକିବାକୁ ଝୁମ୍ପୁରା ବଜାରରେ ଚଢ଼ାଉ

ଝୁମ୍ପୁରା, ୧୩।୧୨ (ଡି.ଏନ.ଏ.): କେନ୍ଦୁଝର ଜିଲା ଝୁମ୍ପୁରା ଏବଂ ନିକଟସ୍ଥ ଅର୍ଶଳା ବଜାରରେ ଥିବା ବିଭିନ୍ନ ଦୋକାନରେ ଗୁଟୁଖା ବିକ୍ରି ବନ୍ଦ କରିବା ପାଇଁ ପ୍ରଶାସନ ପକ୍ଷରୁ ଗୁରୁବାର ଚଢାଉ କରାଯାଇ ବହୁ ଗୁଟୁଖା ପ୍ୟାକେଟ ଜବତ କରାଯାଇ ଏହାକୁ ନଷ୍ଟ କରି ଦିଆଯାଇଛି। ସମୁଦାୟ ୧୭ଟି ଦୋକାନରେ ଚଢାଉ କରାଯିବା ସହ ୨ହଜାର ୬୦୦ଟଙ୍କା ଜୋରିମାନା ଆଦାୟ ହୋଇଛି। ଝୁମ୍ପୁରା ପୋଲିସ, ଅବକାରୀ ବିଭାଗ, ଫୁଡ ସେଫଟି ଅଧିକାରୀ, ସିଡିଏମଓ କର୍ମଚାରୀମାନେ ୩ଟି ଦଳରେ ବିଭକ୍ତ ହୋଇ ଏହି ଚଢାଉ କରିଥିବା ଝୁମ୍ପୁରା ଥାନାଧିକାରୀ ବିରଞ୍ଚି ବାଗ ଏବଂ ଅବକାରୀ ଅଧିକାରୀ ଦିଲେଶ୍ୱର ନାଏକ ସୂଚନା ଦେଇଛନ୍ତିି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share