ଗୁଡଭେଲା,୬।୪(ଡିଏନଏ): କଳାହାଣ୍ଡି ଜିଲାରେ କରୋନା ପଜିଟିଭ ବାହରିବା ପରେ ବଲାଙ୍ଗୀର ଜିଲା ଗୁଡ଼ଭେଲା ବ୍ଲକ ଓ ତୁଷୁରା ସହରରେ ସୋମବାର ପୋଲିସ ପକ୍ଷରୁ ଫ୍ଲାଗ୍ ମାର୍ଚ୍ଚ ସହ ଲୋକଙ୍କୁ ସଚେତନ କରାଯାଇଛି। ତୁଷୁରା ତହସିଲଦାର ଚନ୍ଦ୍ରମଣୀ ନାଗଙ୍କ ନେତୃତ୍ୱରେ ତୁଷୁରା ସହରର ମୁଖ୍ୟ ରାସ୍ତା ଓ ଗଳିଗୁଡ଼ିକରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସଚେତନ କରାଯିବା ସହ ଅତ୍ୟାବଶ୍ୟକ କାର୍ଯ୍ୟ ନ ଥିଲେ ଘରୁ ନ ବାହାରିବା ପାଇଁ ଅନୁରୋଧ କରାଯାଇଛି। ଏହି ସମୟରେ ଏନ୍ଏସି କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି ଓ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ। ସେହିପରି ସୋମବାର ପର୍ଯ୍ୟନ୍ତ କଟକଣା ନ ମାନିବା ଅଭିଯୋଗରେ ପୋଲିସ ପକ୍ଷରୁ ୩୩ଟି ମାମଲା ରୁଜୁ କରାଯାଇଥିବା ବେଳେ ୧୫ଟି ବାଇକ ଜବତ ହୋଇଛି। ଏଥିସହ ପ୍ରାୟ ୫ ହଜାର ଟଙ୍କା ଜରିମାନା ଆଦାୟ ହୋଇଥିବା ତୁଷୁରା ଥାନାଧିକାରୀ ଯଶୋବନ୍ତ ପ୍ରଧାନୀ ପ୍ରକାଶ କରିଛନ୍ତି।