Categories: ଜାତୀୟ

ଗୁଡ଼ିରେ ମୋଦି-ଶାହା ଯୋଡି

ଲୁଧିଆନା,୧୨।୧: ମକର ସଂକ୍ରାନ୍ତି ଓ ଲୋରି ପାଖେଇ ଆସୁଥିବା ବେଳେ ପଞ୍ଜାବର ଲୁଧିଆନାରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି। ଏଠାରେ ବିକ୍ରି କରାଯାଉଥିବା ଗୁଡିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଯୋଡି ଦେଖିବାକୁ ମିଳିଛି। କିଛି ଗୁଡିରେ ମୋଦିଙ୍କର ଏକ କ୍ଲୋଜ-ଅପ ଫଟୋ ଲାଗିଥିବା ବେଳେ ସେଥିଲେ ଲେଖାଯାଇଛି ‘ଚୌକିଦାର’। ଅନ୍ୟ ଏକ ଗୁଡିରେ ମୋଦି ଓ ଶାହାଙ୍କ ବିଜୟ ପ୍ରତିକ ସହ ଯୋଡି ନମ୍ବର ୧ ବୋଲି ଲେଖାଯାଇଛି। ବ୍ୟବସାୟୀଙ୍କ ମତରେ ଏବେ ଗ୍ରାହକ ଟେଣ୍ଡି କାଇଟ୍‌ ଖୋଜୁଛନ୍ତି। ଯେମିତିକି ମୋଦି-ଶାହାଙ୍କ ଯୋଡିଥିବା ଗୁଡି ଭଲ ବିକ୍ରି ହେଉଛି। ସେମିତି କ୍ରିକେଟରଙ୍କ ଫଟୋ ଲାଗିଥିବା ଗୁଡି ଓ ବିଭିନ୍ନ ଦେଶର ପତାକା ଥିବା ଗୁଡି ମଧ୍ୟ ଅଧିକ ବିକ୍ରି ହେଉଛି ବୋଲି ବ୍ୟବସାୟୀ ଜଣକ କହିଛନ୍ତି। ସୂଚନାଯୋଗ୍ୟ, ମକର ସଂକ୍ରାନ୍ତିରେ ଭଲ ଫସଲ ପାଇଁ ସୂର୍ଯ୍ୟଙ୍କୁ ପୂଜା କରାଯାଉଥିବା ବେଳେ ଅନେକ ସ୍ଥାନରେ ଗୁଡି ଉଡା ପ୍ରତିଯୋଗୀତା ମଧ୍ୟ ଅନୁଷ୍ଠିତ ହୋଇଥାଏ।

Share