Categories: ଜାତୀୟ

ଗୁଡ଼ି ସୂତାରେ କଟି ୧୨ଶହରୁ ଊର୍ଦ୍ଧ୍ୱ ପକ୍ଷୀ ଆହତ; ୧୫୦ ମୃତ

ନୂଆଦିଲ୍ଲୀ,୧୭।୮: ସ୍ବାଧୀନତା ଦିବସ ଓ ରାଖୀ ପୂର୍ଣ୍ଣିମା ଅବସରରେ ରାଜଧାନୀବାସୀ ଖୁବ୍‌ ମଜାରେ ଗୁଡି ଉଡାଇଥିଲେ। ହେଲେ ଏହାର ପରିଣାମ ଭୋଗିବାକୁ ପଡିଛି ନିରିହ ପକ୍ଷୀମାନଙ୍କୁ। କାରଣ ଗୁଡି ସୂତାରେ କଟିଯାଇ ୧୪ରୁ ୧୬ ତାରିଖ (୩ଦିନ) ମଧ୍ୟରେ ପାଖାପାଖି ୧୨୫୦ ପକ୍ଷୀ ଆହତ ହୋଇଥିବା ବେଳେ ଏଥିମଧ୍ୟରୁ ୧୫୦ପକ୍ଷୀଙ୍କ ମୃତ୍ୟୁ ହୋଇ ସାରିଲାଣି। ଅନ୍ୟ ଶହେରୁ ଊର୍ଦ୍ଧ୍ୱ ପକ୍ଷୀ ଗୁରୁତର ଥିବା ଜଣାପଡିଛି। ଏମାନଙ୍କ ମଧ୍ୟରେ ଅଛନ୍ତି ପାରା, ଚିଲ, କାଉ, ଶୁଆ, ପେଚା ଓ ସାରସ। ସୂଚନା ଅନୁଯାୟୀ, ଚାନ୍ଦନିଚୌକରେ ଥିବା ବାର୍ଡ ହସ୍ବିଟାଲକୁ ୩ ଦିନ ମଧ୍ୟରେ ପ୍ରାୟ ୭୫୦ ପକ୍ଷୀ ଆସିଥିବା ବେଳେ ଶାହଦରାରେ ଥିବା ହସ୍ପିଟାଲକୁ ପାଖାପାଖି ୫ଶହ ଆହତ ପକ୍ଷୀ ଆସିଛନ୍ତି।

Share