ଗୁଡ଼୍‌ଭେଲାରେ କାଳବୈଶାଖୀ: ଉଡ଼ିଗଲା ଛପର, ଭାଙ୍ଗିଲା ଗାଈ ଗୁହାଳ; ବିଦ୍ୟୁତ୍‌ ସରବରାହ ବ୍ୟାହତ

ଗୁଡ଼୍‌ଭେଲା,୨୫।୪(ଡି.ଏନ୍‌.ଏ.): ଗୋଟିଏ ପଟେ କରୋନା ସମସ୍ତଙ୍କ ଉପରେ ଦାଉ ସାଧୁଥିବାବେଳେ କାଳବୈଶାଖୀ ଲୋକଙ୍କ କଷ୍ଟ ଆହୁରି ବଢ଼ାଇଦେଇଛି। ଶୁକ୍ରବାର ହୋଇଥିବା କାଳବୈଶାଖୀରେ ବଲାଙ୍ଗୀର ଜିଲା ଗୁଡ଼୍‌ଭେଲା ବ୍ଲକର ବିଭିନ୍ନ ସ୍ଥାନରେ ଅନେକ ଚାଳ ଘର ଓ ଆଳବେଷ୍ଟସ ଘରଗୁଡିକର ଛପର ଉଡ଼ିଯାଇଥିବା ବେଳେ ବଡ଼ ବଡ଼ ଗଛ ଭାଙ୍ଗିଯାଇଛି। ଏପରିକି ଜାମୁଟ ଗ୍ରାମର ଆକାର କର୍ମୀଙ୍କ ଗାଈ ଗୁହାଳ ଭାଙ୍ଗି ଯାଇଛି । ଅନ୍ୟ ପକ୍ଷରେ ରବି ଧାନ ଫସଳ, ପନିପରିବା, ଆମ୍ବ, ମହୁଳ ଫୁଲ କ୍ଷତିଗ୍ରସ୍ତ ହୋଇଛି । ଏଥିସହ ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ୍‌ ସରବରାହ ବ୍ୟାହତ ହୋଇଥିବା ଜଣାପଡ଼ିଛି।