ଗୁଡ଼ ଖାଇଲେ ଏହି ସମସ୍ୟାରୁ ମିଳିବ ମୁକ୍ତି

ଶୀତଦିନେ ଅତ୍ୟଧିକ ଥଣ୍ଡାରେ ବାହାରେ ବୁଲିବା, ଥଣ୍ଡା ପାଣି ପିଇବା ଦ୍ୱାରା ଟନ୍‌ସିଲ୍‌ ବଢ଼ିଯିବା ସହ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ ହୋଇଥାଏ। ଏପରିକି କୌଣସି ଖାଦ୍ୟ ଗିଳିବା କଷ୍ଟକର ହୋଇପଡ଼େ। ଥଣ୍ଡା ଯୋଗୁ ବେଳେବେଳେ ଜ୍ୱର ମଧ୍ୟ ଆସିଥାଏ। ତେଣୁ ବିନା ଔଷଧରେ ଏହି ସମସ୍ୟାରୁ ମୁକ୍ତି ମିଳିଥାଏ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ କୁହନ୍ତି, ଏପରି ସମସ୍ୟା ଦେଖାଦେଲେ ଗୁଡ଼ ଖାଇବା ଜରୁରୀ। ଏହା ଔଷଧ ଅପେକ୍ଷା ଖୁବ୍‌ ଶୀଘ୍ର କାମ କରିଥାଏ। ଗୁଡ଼ରେ ପ୍ରଚୁର ପରିମାଣରେ ଆଣ୍ଟିଅକ୍ସିଡାଣ୍ଟ  ରହିଛି। ଯାହା ଆଣ୍ଟି ବ୍ୟାୟୋଟିକ୍‌ ପରି କାମ କରିଥାଏ। ଏହା ସ୍ବାସ୍ଥ୍ୟ ପାଇଁ ଖୁବ୍‌ ଲାଭଦାୟକ। ଗୁଡ଼ରେ ବହୁ ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ ସେଲେନିୟମ ରହିଛି। ଯାହା ଇନ୍‌ଫେକ୍‌ସନ୍‌ଠାରୁ ଦୂରେଇ ରଖେ। ଗୁଡ଼କୁ ରାଶି ଏବଂ ଅଦା ସହିତ ମିଶାଇ ଖାଇଲେ ଟନ୍‌ସିଲ୍‌ ସମସ୍ୟାରୁ ମୁକ୍ତି ମିଳିଥାଏ। ପ୍ରତିଦିନ ସକାଳେ ଏବଂ ସନ୍ଧ୍ୟାରେ ଭୋଜନରେ ଗୁଡ଼ ସାମିଲ କଲେ ଗଳା ଦରଜ କମିବା ସହ ଦେହହାତ ଦରଜ ମଧ୍ୟ କମିଥାଏ। ଅଦା ଏବଂ ଗୁଡ଼ ମିଶାଇ ନାଲି ଚା’ ପ୍ରସ୍ତୁତ କରି ପିଇଲେ ଗଳା ଦରଜ କମିଥାଏ। ଏହି ସମୟରେ ଦହି, ଥଣ୍ଡା ପାନୀୟ, ଅତ୍ୟଧିକ ମିଠା ଖାଦ୍ୟଠାରୁ ଦୂରେଇ ରହିବା ଉଚିତ୍‌।