ଗୁଡ୍‌ଫ୍ରାଇଡେ ଚର୍ଚ୍ଚରେ ପାଳନ ନ କରିବାକୁ ପରାମର୍ଶ

ଦାରିଙ୍ଗବାଡ଼ି,୯।୪(ଡି.ଏନ୍‌.ଏ.)- ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଶୁକ୍ରବାର ଖ୍ରୀଷ୍ଟ ସମ୍ପ୍ରଦାୟ ପକ୍ଷରୁ ଗୁଡ୍‌ ଫ୍ରାଇଡେ ପାଳନ ହୋବାକୁ ଥିଲା ା ଏହାକୁ ଚର୍ଚ୍ଚ ପରିସରରେ ନ କରିବା ପାଇଁ ବିଭିନ୍ନ ଚର୍ଚ୍ଚ ଗୁଡ଼ିକୁ ପରାମର୍ଶ ଦିଆଯାଇଛି ା କନ୍ଧମାଳ ଜିଲାପାଳ ଡ. ବୃନ୍ଦା ଡି ଏବଂ ଏସ୍‌ପି ପ୍ରତୀକ ସିଂଙ୍କ ନିର୍ଦ୍ଦେଶକ୍ରମେ କନ୍ଧମାଳ ଡିଏସ୍‌ପି ଏସ. କେ. ରାୟ, ଦାରିଙ୍ଗବାଡ଼ି ଆଇଆଇସି କୌଶିକ ମାଝୀ, ବ୍ରାହ୍ମଣୀଗଁା ଥାନା ଅଧିକାରୀ ରଞ୍ଜିତ ମୁନୀ ପ୍ରମୁଖ ଦାରିଙ୍ଗବାଡ଼ି ଏବଂ ବ୍ରାହ୍ମଣୀଗଁା ଥାନା ଅଧିନରେ ରହିଥିବା ସମସ୍ତ ଚର୍ଚ୍ଚରେ ପହଞ୍ଚତ୍ ଶୁକ୍ରବାର ଗୁଡ୍‌ ଫ୍ରାଇଡେକୁ ଚର୍ଚ୍ଚ ପରିସରରେ ପାଳନ ନ କରିବାକୁ ପରାମର୍ଶ ଦେଇଛନ୍ତି। ସାମାଜିକ ଦୂରତ୍ୱ ଏବଂ ଲକ୍‌ଡାଉନକୁ କଡ଼ାକଡ଼ି ପାଳନ କରାଯିବାକୁ ପରାମର୍ଶ ଦିଆଯାଇଛି ା ସମସ୍ତ ଖ୍ରୀଷ୍ଟ ସମ୍ପ୍ରଦାୟ ପକ୍ଷରୁ ପରାମର୍ଶ ଗ୍ରହଣ କରାଯିବ ବୋଲି ପୋଲିସଙ୍କୁ ପ୍ରତିଶ୍ରୁତି ମିଳିଛି।
ସୂଚନା ଯୋଗ୍ୟ ଯେ, ଗତ ୪୦ ଦିନ ଧରି ଖ୍ରୀଷ୍ଟ ସମ୍ପ୍ରଦାୟ ପକ୍ଷରୁ ଏହି ପର୍ବ ଘରେ ବ୍ରତ ଉପବାସ ରଖି ପାଳନ କରାଯାଉଥିବାବେଳେ ଶେଷ ଦିନ ଗୁଡ୍‌ ଫ୍ରାଇଡେ ପାଳନ ପରେ ଉଦ୍‌ଯାପନ ହୋଇଥାଏ।

Share