‘ଗୁଡ୍‌ ନ୍ୟୁଜ’ ଟ୍ରେଲର ରିଲିଜ୍‌

ମୁମ୍ବାଇ: ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାରଙ୍କ ବହୁ ପ୍ରତିକ୍ଷୀତ ଅପ୍‌ କମିଂ ଫିଲ୍ମ ‘ଗୁଡ୍‌ ନ୍ୟୁଜ’ର ଟ୍ରେଲର ସୋମବାର ରିଲିଜ୍‌ ହୋଇଛି। ୩ମିନିଟ ୨୨ ସେକେଣ୍ଡର ଏହି ଟ୍ରେଲରରେ ଅକ୍ଷୟ ଓ କରୀନାଙ୍କ ଜବରଦସ୍ତ ଅଭିନୟ ଦେଖିବାକୁ ମିଳିଛି। ଟ୍ରେଲର ରିଲିଜ୍‌ ହେବା ପରେ ଏହାକୁ ପ୍ରଶଂସକଙ୍କ ଭଲ ରେସ୍‌ପନ୍ସ ମିଳିଥିବା ଜଣାପଡ଼ିଛି। ଏହି ଫିଲ୍ମ ଜରିଆରେ ଅକ୍ଷୟ କୁମାର ଓ କରୀନା କପୁରଙ୍କ ଯୋଡି ୧୦ ବର୍ଷ ପରେ ପୁଣି ଥରେ ବଡ ପରଦାକୁ ଫେରିଛି। ଏମାନଙ୍କ ଯୋଡିକୁ ଶେଷଥର ୨୦୦୯ରେ ଫିଲ୍ମ ‘କମବଖ୍‌ତ ଇସ୍କ’ରେ ଦେଖିବାକୁ ମିଳିଥିଲା। ଫିଲ୍ମ ଗୁଡ଼୍‌ ନ୍ୟୁଜରେ ଅକ୍ଷୟ କରୀନାଙ୍କ ବ୍ୟତୀତ ଦିଲଜିତ ଦୋସାଞ୍ଝ ଓ କିୟାରା ଆଡଭାଣୀଙ୍କ ଯୋଡି ମଧ୍ୟ ନଜର ଆସିବେ। ରୋମାଣ୍ଟିକ, କମେଡି ଓ ଡ୍ରାମାରେ ଭରପୂର ଥିବା ଏହି ଫିଲ୍ମର ନିର୍ଦ୍ଦେଶନା ଭାର ରାଜ ମେହେଟା ତୁଳାଇଥିବା ବେଳେ କରନ ଜୋହର ଏହାର ପ୍ରାଯୋଜନା କରିଛନ୍ତି। ଏହାର ଟ୍ରେଲର ଦେଖିବା ପରେ ଉତ୍ସାହିତ ଥିବା ପ୍ରଶଂସକ ଫିଲ୍ମର ରିଲିଜ୍‌ ଅପେକ୍ଷାରେ ରହିଛନ୍ତି। ତେବେ ଉକ୍ତ ଫିଲ୍ମ ଡିସେମ୍ବର ୨୭ରେ ରିଲିଜ ହେବ।

Share