ଗୁଣପୁରରେ ବାଇକ୍‌ ଚଳାଚଳ ଉପରେ ପ୍ରଶାସନର କଡ଼ା ନଜର

ଗୁଣପୁର, ୨୫।୩(ଡି.ଏନ୍‌.ଏ.): କରୋନା(କୋଭିଡ୍‌-୧୯) ସାରା ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି। ଏହାର ମୁକାବିଲା ଲାଗି ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏହି ପରିପ୍ରେକ୍ଷୀରେ ରାୟଗଡ଼ା ଜିଲା ଗୁଣପୁରରେ ପ୍ରଶାସନ ପକ୍ଷରୁ ଦୃଢ଼ ପଦକ୍ଷେପ ନିଆଯାଇଛି। ବାଇକ୍‌ ଚଳାଚଳ ଉପରେ ପ୍ରଶାସନ କଡ଼ା ନଜର ରଖିଛି। ଅତ୍ୟାବଶ୍ୟକ ସାମଗ୍ରୀ ପରିବା, ଗ୍ରୋସରି ଆଦି ଦୋକାନ ସକାଳ ୬ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଖୋଲା ରହିବ। ଏହି ଦୋକାନଗୁଡ଼ିକରେ ଗାର କଟାଯିବ l ପରସ୍ପର ୧ ମିଟର ଦୂରତାରେ ରହି ଜିନିଷ କିଣିବେ ବୋଲି ଉପଜିଲାପାଳ ଡା. ସିଦ୍ଧେଶ୍ୱର ବଳରାମ ବନ୍ଦର ସୂଚନା ଦେଇଛନ୍ତି l

Share