ଝଡ଼ାଫୁଙ୍କା ଆଳ: ଗୁଣିଆଙ୍କ ମାଡ଼ରେ ନାବାଳକ ଆହତ, ଗୁଣିଆ ଦମ୍ପତି ଚମ୍ପଟ

ଭୋଗରାଇ,୧୩।୧୧(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ କମରଦା ଥାନା ଅଧୀନ ରାଣୀଗୁଡ଼ା ଗ୍ରାମରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି l ଏହି ଗ୍ରାମର ଜଣେ ଗୁଣିଆ ଦମ୍ପତି ମାହାଗବ ଗ୍ରାମର ଅନ୍ୟ ଜଣେ ଦମ୍ପତିଙ୍କ ୧୦ ବର୍ଷର ରୋଗିଣା ପୁଅଙ୍କୁ ଭୂତ ସାର ହୋଇଥିବା କହି ମାଡପିଟ୍‌ କରିବା ଭିଡିଓ ଭାଇରାଲ ହୋଇଛି। ଏହା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଥିବା ବେଳେ ଗୁଣିଆ ଦମ୍ପତି ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି। ଏନେଇ ଥାନାରେ ଅଭିଯୋଗ ହୋଇ ନ ଥିଲା ବେଳେ ଆହତ ନାବାଳକ ଘରୋଇ ଡାକ୍ତରଙ୍କ ନିକଟରେ ଚିକିତ୍ସିତ ହେଉଛନ୍ତି।