ଗୁଣିଗାରେଡ଼ି ସନ୍ଦେହରେ ଦମ୍ପତିଙ୍କୁ ହତ୍ୟା

ଖପ୍ରାଖୋଲ,୧୭-୯ (ଡି.ଏନ.ଏ.):ମଧ୍ୟଯୁଗୀୟ ଅନ୍ଧବିଶ୍ୱାସ, ଗୁଣିଗାରେଡି ସନ୍ଦେହ କିଭଳି ଭୟାନକ ରୂପ ନେଇପାରେ ସେଭଳି ଏକ ବୀଭତ୍ସ ଘଟଣା ଘଟିଛି ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ତଥା ଲରମ୍ଭା ଥାନା ଅନ୍ତର୍ଗତ ଚିଟିକାମାଲ ଗଁାରେ ା ସୋମବାର ସକାଳୁ ଏହି ଗଁା ନିକଟ ପାହାଡରେ ସେହି ଗଁାର ଏକ ଦମ୍ପତିଙ୍କୁ ଗୁଣିଗାରେଡି ସନ୍ଦେହରେ ହତ୍ୟା କରି ଫିଙ୍ଗି ଦେଇଥିବା ଜଣାପଡିବା ପରେ ଜିଲାବ୍ୟାପୀ ଚାଞ୍ଚଲ୍ୟ ଖେଳିଯାଇଛି ା ମୃତ ଦମ୍ପତି ହେଲେ ଚିଟିକାମାଲ ଗଁାର ଚିନ୍ତାମଣି ବରିହା (୫୫) ଓ ତାଙ୍କ ସ୍ତ୍ରୀ ରୁକ୍ମିଣୀ (୫୦) ା ହତ୍ୟାକାଣ୍ଡ ସମ୍ପର୍କରେ ସୂଚନା ପାଇବା ପରେ ଏସ୍‌ପି ମାଡକର ସନ୍ଦୀପ ସମ୍ପତ୍‌, ପାଟଣାଗଡ଼ ଏସ୍‌ଡିପିଓ ସୁରେଶ ନାଏକ ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚତ୍ ସରଜମିନ୍‌ ତଦନ୍ତ ଆରମ୍ଭ କରିଛନ୍ତି ା ୪ଜଣ ସନ୍ଦିଗ୍ଧଙ୍କୁ ଲରମ୍ଭା ଥାନାରେ ଅଟକ ରଖି ପଚରାଉଚରା କରାଯାଇଛି। ପୋଲିସ ଘଟଣାସ୍ଥଳରୁ ଦୁଇ ମୃତଦେହକୁ ଉଦ୍ଧାର କରି ପଞ୍ଚନାମା କରିଛି।
ଚିଟିକାମାଲ ଗଁାରେ ପ୍ରାୟ ଦେଢ଼ମାସ ତଳେ ଜଣେ ବ୍ୟକ୍ତିଙ୍କ ଦେଢ଼ବର୍ଷର ଏକ ଶିଶୁପତ୍ରଙ୍କ ମୃତ୍ୟୁ ହୋଇଥିଲା। ଗତ ଶୁକ୍ରବାର ସେହି ମୃତ ଶିଶୁପୁତ୍ର ପୋତା ଯାଇଥିତ୍ବା ସ୍ଥାନରେ କେହି ଫୁଲ, ସିନ୍ଦୂର ପକାଇ ପୂଜାର୍ଚ୍ଚନା କରିଥିତ୍ବା ଦେଖାଯାଇଥିଲା। ଏହି ଘଟଣା ପରେ ଗଁାରେ ଗୁଣିଗାରେଡି, ଡାହାଣୀ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଏଭଳି ଚର୍ଚ୍ଚା ପରେ ସେହିଦିନ ଚିନ୍ତାମଣି ବରିହା ଲରମ୍ଭା ଥାନାକୁ ଯାଇ ତାଙ୍କୁ ଗଁାରେ ଅଯଥା ଗୁଣିଗାରେଡି, ଡାହାଣୀ ସନ୍ଦେହ କରୁଥିବା ଅଭିଯୋଗ କରି ସୁରକ୍ଷା ଲୋଡିଥିଲେ। ଏହି ଘଟଣା ପରେ ଲରମ୍ଭା ପୋଲିସ ଗଁାର କେତେଜଣ ଲୋକ ଓ ଚିନ୍ତାମଣିଙ୍କୁ ଡାକି ମିଳାମିଶା ଉଦ୍ୟମ କରିଥିଲେ। ସୋମବାର ସକାଳୁ ଉଭୟଙ୍କ ହତ୍ୟା ଘଟଣା ଜଣାପଡ଼ିବା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିଲା। ଘଟଣାର ପାରିପାର୍ଶ୍ୱିକ ସ୍ଥିତିରୁ ଗଁାରେ ସ୍ବାମୀ-ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ଅଖାବସ୍ତାରେ ବାନ୍ଧି ନିକଟସ୍ଥ ପାହାଡ଼ରେ ପିଙ୍ଗାଯାଇଥିତ୍ବା ପୋଲିସ ଅନୁମାନ କରିଛି। ଘଟଣାସ୍ଥଳରେ ସନ୍ଧାନୀ କୁକୁର ସହ ସାଇଣ୍ଟିିଫିକ୍‌ ଟିମ୍‌ ପହଞ୍ଚତ୍ ରକ୍ତଛିଟା ସଂଗ୍ରହ, ପାରିପାର୍ଶ୍ୱିକସ୍ଥିତି ଆକଳନ କରିଛି। ଦମ୍ପତିଙ୍କ ମୃତଦେହ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପାଟଣାଗଡ଼ ଉପଖଣ୍ଡୀୟ ହସ୍‌ପିଟାଲକୁ ପଠାଯାଇଛି।

Share