ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା: ୭ ଅଭିଯୁକ୍ତଙ୍କ ଆତ୍ମସମର୍ପଣ

କେନ୍ଦୁଝର,୧୪।୭( ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ସେଣ୍ଡକାପ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଗୁଣିଗାରେଡ଼ି ସନ୍ଦେହରେ ଶନିବାର ବିଳମ୍ବିତ ରାତିରେ ଗ୍ରାମର ଦୀନବନ୍ଧୁ ମୁଣ୍ଡାଙ୍କୁ ହତ୍ୟା କରାଯାଇଛି । ଗ୍ରାମର ୭ ଜଣ ଲୋକ ମିଶି ଦୀନବନ୍ଧୁଙ୍କୁ ହତ୍ୟା କରିଥିବା ରବିବାର ଅଭିଯୋଗ ହୋଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଦୀନବନ୍ଧୁ ଗୁଣିଗାରେଡ଼ି କାର୍ଯ୍ୟ କରୁଥିବା ଦର୍ଶାଇ ଉକ୍ତ ଲୋକେ ତାଙ୍କୁ ହତ୍ୟା କରିଥିଲେ। ଖବରପାଇ ସଦର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ତେବେ ଘଟଣା ଘଟାଇଥିବା ୭ ଜଣ ଆତ୍ମସମର୍ପଣ କରିଥିବା କେନ୍ଦୁଝର ଏସଡିପିଓ ପ୍ରକାଶ ଜେମ୍ସ ଟପ୍ପୋ କହିଛନ୍ତି।

Share