Advertisement

ଗୁଣିଗାରେଡ଼ି ସନ୍ଦେହରେ ସ୍ତ୍ରୀ, ସ୍ବାମୀଙ୍କୁ ହତ୍ୟା

ଖପ୍ରାଖୋଲ, ୧୬।୯(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲରମ୍ବା ଥାନା ଅନ୍ତର୍ଗତ ଲୁହାସିଂହା ପଞ୍ଚାୟତ ଚିଟିକାମାଳ ଗାଁରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ଗୁଣିଗାରେଡ଼ି ସନ୍ଦେହରେ ସ୍ତ୍ରୀ, ସ୍ବାମୀଙ୍କୁ ଅତି ନିର୍ମମଭାବେ ହତ୍ୟା କରାଯାଇଥିବା ଜଣାପଡ଼ିଛି। ମୃତକ ଦ୍ୱୟ ହେଲେ ସ୍ବାମୀ ଚିନ୍ତାମଣି ବରିହା (୫୫) ଓ ସ୍ତ୍ରୀ ରୁକ୍ମିଣୀ ବରିହା(୫୦)।
ପ୍ରକାଶ ଯେ, ଗାଁର ନାରାୟଣ ବରିହାଙ୍କ ଦେଢ଼ ବର୍ଷର ପୁଅ ଲକିରଙ୍କର ଗତ ଅଗଷ୍ଟ ୨୧ରେ ମୃତ୍ୟୁ ଘଟିଥିଲା। ତାଙ୍କ ସମାଧି ପାଖରେ କିଏ ପୂଜାପାଠ କରିଥିବା ଗତ ଶନିବାର ଦେଖିବାକୁ ମିଳିଥିଲା। ସମ୍ପର୍କୀୟ ଚିନ୍ତାମଣି ବରିହାଙ୍କ ପରିବାର ଗୁଣିଗାରେଡ଼ି କରି ହତ୍ୟା କରିଥିବା ମୃତକଙ୍କ ପରିବାର ସନ୍ଦେହ କରିଥିଲେ। ଫଳରେ ଚିନ୍ତାମଣି ଏବଂ ସ୍ତ୍ରୀ ରୁକ୍ମିଣୀଙ୍କୁ ଡାହାଣୀ ସନ୍ଦେହ କରୁଥିବା ନେଇ ଲରମ୍ଭା ଥାନାରେ ଅଭିଯୋଗ କରିଥିଲେ। ନାରାୟଣ ମଧ୍ୟ ଥାନାରେ ଅନ୍ୟ ଏକ ମାମଲା ରୁଜୁ କରିଥିଲେ। ତେବେ ସୋମବାର ଚିନ୍ତାମଣି ଓ ରୁକ୍ମିଣୀଙ୍କ ମୃତଦେହ ଗଁା ନିକଟ ପାହାଡ଼ରୁ ମିଳିଛି। ଖବର ପାଇ ପୋଲିସ ଛାନ୍‌ଭିନ୍‌ ଜାରି ରଖିଛି। ଘଟଣାସ୍ଥଳରେ ବଲାଙ୍ଗୀର ଏସ୍‌ପି ମଡକର ସନ୍ଦୀପ ସମ୍ପଦ, ପାଟଣାଗଡ଼ ଏସ୍‌ଡିପିଓ ସୁରେଶ ନାଏକ ପ୍ରମୁଖ ଉପସ୍ଥିିତ ଅଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share