Advertisement

ଗୁଣିଗାରେଡି ସନ୍ଦେହରେ ଦମ୍ପତ୍ତିଙ୍କୁ ହତ୍ୟା ଘଟଣା: ୪ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ

ପାଟଣାଗଡ/ଖପ୍ରାଖୋଲ,୧୯।୯(ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ତଥା ଲରମ୍ଭା ଥାନା ଅନ୍ତର୍ଗତ ଚିଟିକାମାଲ ଗଁାରେ ଗୁଣିଗାରେଡି ସନ୍ଦେହରେ ଦମ୍ପତ୍ତିଙ୍କୁ ହତ୍ୟା ଘଟଣାରେ ପୋଲିସ ଗୁରୁବାର ୪ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛିା ଏମାନେ ହେଲେ ନାରାୟଣ ବରିହା, ସ୍ବରୁପା ଘିବେଲା, ଗୌରାଙ୍ଗ ପୋଢ ଏବଂ କୃଷ୍ଣ ବରିହା। ଏହି ୪ ଅଭିଯୁକ୍ତ ନିଜ ଦୋଷ ସ୍ବୀକାର କରିଥିବା ଏସପିି ମାଡକର ସନ୍ଦୀପ ସମ୍ପତ୍‌ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଗତ ସୋମବାର ସକାଳୁ ଏହି ଗଁା ନିକଟ ପାହାଡରେ ସେହି ଗଁାର ଏକ ଦମ୍ପତିଙ୍କୁ ଗୁଣିଗାରେଡି ସନ୍ଦେହରେ ହତ୍ୟା କରି ଫିଙ୍ଗି ଦେଇଥିବା ଜଣାପଡିବା ପରେ ଜିଲାବ୍ୟାପୀ ଚାଞ୍ଚଲ୍ୟ ଖେଳିଯାଇଥିଲା। ମୃତ ଦମ୍ପତି ହେଲେ ଚିଟିକାମାଲ ଗଁାର ଚିନ୍ତାମଣି ବରିହା (୫୫) ଓ ତାଙ୍କ ସ୍ତ୍ରୀ ରୁକ୍ମିଣୀ (୫୦)।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share