ଗୁଣୁପୁର-ରାଉରକେଲା ଏକ୍ସପ୍ରେସ୍‌ ଦୈନିକ ଚାଲିବ: ଗୁରୁବାରଠାରୁ ଓଡ଼ିଆରେ ରେଳ ଟିକଟ ଶୁଭାରମ୍ଭ

ଭୁବନେଶ୍ୱର, ୨୨।୧୨(ବ୍ୟୁରୋ): ଆସନ୍ତା ଗୁରୁବାରଠାରୁ ଗୁଣୁପୁର-ରାଉରକେଲା(୧୮୧୧୭-୧୮୧୧୮) ଏକ୍ସପ୍ରେସ ଏବେ ଦୈନିକ ଚଳାଚଳ କରିବ। ଏହା ପୂର୍ବରୁ ସପ୍ତାହକୁ ୬ ଦିନ ଚାଲୁଥିଲା। ସେହିପରି ଏହିଦିନ ଓଡ଼ିଆରେ ଅଣସଂରକ୍ଷିତ ଟିକଟ ଶୁଭାରମ୍ଭ ହେବ। ସୂଚନାଯୋଗ୍ୟ, ଗତ ଅଗଷ୍ଟ ୨୪ରୁ ଓଡ଼ିଆରେ ଟିକେଟ ପ୍ରଚଳନ ପାଇଁ ଦିନ ଧାର୍ଯ୍ୟ କରାଯାଇଥିଲା। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କ ମୃତ୍ୟୁ ଘଟିବାରୁ ଏହାକୁ ସ୍ଥଗିତ ରଖାଯାଇଥିଲା।

Share