ଗୁନୀତଙ୍କ ବାୟୋପିକ୍‌ରେ ସୁରୈୟା

ମସାନ, ଜୁବାନ, ଦି ଲଞ୍ଚବକ୍ସ, ଗ୍ୟାଙ୍ଗସ୍‌ ଅଫ୍‌ ଓ୍ବାସେପୁର ପରି ଫିଲ୍ମ ନିର୍ମାଣ କରି ଅନ୍ତରାଷ୍ଟ୍ରୀୟ ସ୍ତରରେ ପ୍ରଶଂସିତ ହୋଇପାରିଥିବା ନିର୍ମାତା ଗୁନୀତ ମୋଙ୍ଗା । ଗୁନୀତ କମ୍‌ ବଜେଟର ବଡ ଫିଲ୍ମ ନିର୍ମାଣ କରି ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଏବେ ଗୁନୀତ ଏକ ବଡ଼ ବଜେଟ ସିନେମା ନିର୍ମାଣ କରିବାକୁ ଯାଉଛନ୍ତି। ଯାହା ଏକ ବାୟୋପିକ୍‌ ସିନେମା ବୋଲି ଜଣାପଡ଼ିଛି। ଏହା ଏୟାର ଡେକାନ ନିର୍ମାତା ଜି.ଆର୍‌ ଗୋପୀନାଥଙ୍କ ବାୟୋପିକ୍‌। ଏହି ଫିଲ୍ମରେ ସେ ତାମିଲ ସିନେମାର ସୁପରଷ୍ଟାର ସୁରୈୟାଙ୍କ ସହ କାମ କରିବେ।

Share