Categories: ଜାତୀୟ

ଗୁପ୍ତଚର କାର୍ଯ୍ୟ ଲାଗି କଡ଼ା ଆଭିମୁଖ୍ୟ: ପାକିସ୍ତାନ ଦୂତାବାସରୁ ୫୦% କର୍ମଚାରୀ କମାଇବାକୁ କହିଲା ଭାରତ

ନୂଆଦିଲ୍ଲୀ,୨୩।୬: ପାକିସ୍ତାନ ପ୍ରତି କଡ଼ା ଆଭିମୁଖ୍ୟ ଗ୍ରହଣ କଲା ଭାରତ। ନିକଟରେ ଗୁପ୍ତଚର କାର୍ଯ୍ୟ ପାଇଁ ୨ ପାକ୍‌ ଦୂତାବାସ କର୍ମଚାରୀଙ୍କୁ ସ୍ବଦେଶ ପଠାଯାଇଥିଲା। ଏବେ ୫୦% କର୍ମଚାରୀ କମାଇବାକୁ ପାକିସ୍ତାନ ଉଚ୍ଚାୟୁକ୍ତଙ୍କୁ ଭାରତ କହିଛି। ନୂଆଦିଲ୍ଲୀସ୍ଥିତ ପାକ୍‌ ଦୂତାବାସରେ କର୍ମଚାରୀ ହ୍ରାସ ନେଇ ନିର୍ଦ୍ଦେଶ ଦିଆଯାଇଛି। ଏହା ବଦଳରେ ଇସଲାମାବାଦରେ ଥିବା ଭାରତୀୟ ଦୂତାବାସ କର୍ମଚାରୀ ମଧ୍ୟ କମାଯିବ। ଦୁଇ ଦେଶ ମଧ୍ୟରେ କୂଟନୈତିକ ବାଦବିବାଦ ନେଇ ଭାରତ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ବିଶେଷକରି ପାକ୍‌ ଦୂତାବାସ କର୍ମଚାରୀ ଗୁପ୍ତଚର କାର୍ଯ୍ୟ କରୁଥିବା ଭାରତ କହିଛି। ଏହାକୁ ନେଇ ଭାରତର ବିଦେଶ ମନ୍ତ୍ରାଳୟ ପକ୍ଷରୁ ପ୍ରତିବାଦ ମଧ୍ୟ କରାଯାଇଛି।

Share