ଗୁପ୍ତଚର ଭୂମିକାରେ କଙ୍ଗନା

ନୂଆଦିଲ୍ଲୀ: ଅଭିନେତ୍ରୀ କଙ୍ଗ୍‌ନା ରଣାଓ୍ବତ୍‌ ଅପକମିଂ ଆକ୍ସନ ଥ୍ରିଲର ‘ଧାକଡ଼’ରେ ଜଣେ ଗୁପ୍ତଚର ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି। ଏ ସମ୍ପର୍କରେ କଙ୍ଗ୍‌ନା କହନ୍ତି, ‘ଏହା ଏକ ଆକ୍ସନ୍‌ ଫିଲ୍ମ। ଏଥିରେ ଜଣେ ମହିଳା ଅତି ଦୁଃସାହସିକତା ପରିଚୟ ଦେଇ ଏକ ବିଶେଷ ଶୈଳୀରେ ଅଭିନୟ କରିଛନ୍ତି, ଯାହା ହିନ୍ଦୀ ଫିଲ୍ମରେ ଆଦୌ ଦେଖିବାକୁ ମିଳିନାହିଁ। ଏହା ଅତ୍ୟନ୍ତ ରୋମାଞ୍ଚକର, ଅତି ଜଟିଳ ବିଷୟ ଆଧାରିତ ଏବଂ ଗୋଇନ୍ଦାଗିରି ସମ୍ବଳିତ କାହାଣୀକୁ ନେଇ ଗତିଶୀଳ।’
ଏଥିରେ କଙ୍ଗ୍‌ନା ‘ଅଗ୍ନି’ ନାମରେ ଅଭିନୟ କରିଛନ୍ତି। ଏହାର ନିର୍ଦ୍ଦେଶନା ଦେବେ ରଜନୀଶ ‘ରାଜି’ ଘାଇ। ସମ୍ପୂର୍ଣ୍ଣ ଫିଲ୍ମରେ ନୃତ୍ୟାଭିନୟର ନିର୍ଦ୍ଦେଶନା ଦେବାକୁ ନିର୍ମାତାମାନେ ହଲିଉଡ୍‌ରୁ ଜଣେ ନୃତ୍ୟ ନିର୍ଦ୍ଦେଶକ ଆଣିବା ଉଦ୍ୟମରେ ଅଛନ୍ତି। ଭାରତ, ଦକ୍ଷିଣ-ପୂର୍ବ ଏସିଆ, ମଧ୍ୟପ୍ରାଚ୍ୟ ଓ ୟୁରୋପରେ ଏହାର ଶୁଟିଂ ଚାଲିବ। ବର୍ତ୍ତମାନ କଙ୍ଗ୍‌ନା ‘ଜଜ୍‌ମେଣ୍ଟାଲ ହୈ କ୍ୟା’ର ରିଲିଜ ଅପେକ୍ଷାରେ ଅଛନ୍ତି। ଏହା ଶୁକ୍ରବାର ରିଲିଜ ହେବାକୁ ଯାଉଛି।

Share