ଗୁପ୍ତେଶ୍ୱର ମନ୍ଦିର ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର: ମନ୍ଦିର ନୀତିକାନ୍ତି ବନ୍ଦ

ଜୟପୁର,୧୦।୧୨(ନି.ପ୍ର.): କୋରାପୁଟ ଜିଲାର ପ୍ରସିଦ୍ଧ ଗୁପ୍ତେଶ୍ୱର ପୀଠରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମନ୍ଦିର ଭିତରୁ ଜଣେ ଅଜଣା ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଶିବଲିଙ୍ଗଠାରୁ ମାତ୍ର ଅଳ୍ପ ବ୍ୟବଧାନରେ ଏହି ଅଭାବନୀୟ ଘଟଣା ଘଟିଛି। ଭୋର ସମୟରେ ନୀତିକାନ୍ତି ପୂଜା ଦାୟିତ୍ୱରେ ଥିବା ପୂଜକ ପୂଜା ଲାଗି ମନ୍ଦିର ଭିତରକୁ ଯାଇଥିବା ବେଳେ ଯୁବକଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖି ମୁଖ୍ୟ ପୂଜକଙ୍କୁ ଖବର ଦେଇଥିଲେ। ପରେ ସ୍ଥାନୀୟ ରାମଗିରି ଫାଣ୍ଡି ଅଧିକାରୀ ଓ ଦେବୋତ୍ତର ଦାୟିତ୍ୱରେ ଥିବା ଜୟପୁର ତହସିଲଦାରଙ୍କୁ ଘଟଣା ବିଷୟରେ ଜଣାଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ମନ୍ଦିର ନୀତିକାନ୍ତି ବନ୍ଦ ରହିଛି।

Share